Home ଜିଲ୍ଲା ପରିକ୍ରମା ରାଜ୍ୟର ବିଶିଷ୍ଟ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ନାଟକ ସମଗ୍ର’ଉନ୍ମୋଚିତ

ରାଜ୍ୟର ବିଶିଷ୍ଟ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ନାଟକ ସମଗ୍ର’ଉନ୍ମୋଚିତ

25

ନୟାଗଡ଼, ୧୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗର ଉଦ୍‌ଯାପନୀ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ଜଣ ବିଶିଷ୍ଟ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ନାଟକ ସମଗ୍ର’। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ସଙ୍ଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି.ସଚିବ ପ୍ରବୋଧ କୁମାର ରଥ, ଉପସଭାପତି ହରେନ୍ ସାହୁଙ୍କ ସହ ୫ଜଣ ନାଟ୍ୟକାର ଉପସ୍ଥିତ ରହି ନାଟକ ସମଗ୍ରରେ ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନାଟକ ‘ଓଡ଼ଶ’ ସ୍ଥାନୀତ ହୋଇଅଛି। ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ନାଟକ ପଥର ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ମଂଚ ସହ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଆମେରିକାରେ ଅଭିନୀତ ହୋଇ ଦର୍ଶକୀୟ ଆଦୃତି ମିଳିଥିଲାବେଳେ ହିନ୍ଦୀ ନାଟକ ଆଇନା ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଓଡ଼ିଶାର ୫ଜଣ ନାଟ୍ୟକାରଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.