Home Top News ମାର୍ଚ୍ଚ ୧୧ ରେ ନାୟବ୍ ସରପଞ୍ଚ ନିର୍ବାଚନ

ମାର୍ଚ୍ଚ ୧୧ ରେ ନାୟବ୍ ସରପଞ୍ଚ ନିର୍ବାଚନ

53

ଭୁବନେଶ୍ୱର, ୧୦/୦୩ (ଓଡ଼ିଆ ପୁଅ) ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତର ନାୟବ୍ ସରପଞ୍ଚ ପଦବୀ ନିମନ୍ତେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ୧୧/୦୩/୨୦୨୨ରିଖ ଦିନ ପୂର୍ବାହ୍ନ ୧୦ଟା ରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧ ଟାରୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ସେହିଦିନ ଅର୍ଥାତ୍ ତା, ୧୧/୦୩/୨୦୨୨ ରିଖ ଦିନ ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାୟବ୍ ସରପଞ୍ଚ ପଦବୀ ନିମନ୍ତେ ଭୋଟଗ୍ରହଣ କରାଯିବ ଓ ମତଦାନ ପରେ ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.