Home ଜିଲ୍ଲା ପରିକ୍ରମା ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାର କରାନଯାଉ – ମନସ୍ମିତା ଖୁଣ୍ଟିଆ

ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାର କରାନଯାଉ – ମନସ୍ମିତା ଖୁଣ୍ଟିଆ

23

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ଏକ ସରକାରୀ ଯୋଜନା ଅନ୍ତର୍ଗତ ଅଟେ । ଏହି ସରକାରୀ ଯୋଜନାରେ ଶାସକ ବିଜେଡି ଦଳ ନିଜର ପତିଆରା ଦେଖାଇବା ପାଇଁ ଓ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି,ଗଣତନ୍ତ୍ରର ହତ୍ୟା କରି ଦଳୀୟ ଚିହ୍ନ ବ୍ୟବହାର କରୁଛନ୍ତି । ଏହି କାର୍ଡ ବଣ୍ଟନରେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ଉପସ୍ଥିତ ରହୁଛନ୍ତି ଏବଂ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରୁଛନ୍ତି । ଦୁଃଖ ଏବଂ ପରିତାପର ବିଷୟ ଯେ ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ସତ୍ତ୍ୱେ ସରକାରୀ ନିୟମକୁ ଖୋଲା ଖୋଲି ଉଲଘଂନ କରାଯାଉଛି । ଏହା ନିଶ୍ଚିତ ଭାବରେ ଆଇନ ସମ୍ମତ ନୁହଁ, ଅଗଣତାନ୍ତ୍ରିକ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଭଦ୍ରକର ଟାଣୁଆ ନେତ୍ରୀ ମନସ୍ମିତା ଖୁଣ୍ଟିଆ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ବିଜେଡି ଦଳର ଏତାଦୃଶ ହୀନ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ ପରି ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଦଳୀୟ ଚିହ୍ନ ଲାଗିବା କେତେ ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି । ଲୋକଙ୍କ ଟିକସ ପଇସାରେ ଷ୍ଟେଜ ବାନ୍ଧି, ଫୁଲ ସଜେଇ, ମାଇକ,ଗେଟ ଇତ୍ୟାଦିର ଆୟୋଜନ କରି ବିଜେଡି ଦଳୀୟ ପ୍ରଚାର କରୁଛି ବୋଲି ସେ କହିଛନ୍ତି । ଏଥିପ୍ରତି ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଶ୍ରୀମତୀ ଖୁଣ୍ଟିଆ ଦାବି କରିଛନ୍ତି । ଏହାକୁ ନେଇ ଶ୍ରୀମତୀ ଖଣ୍ଟିଆଙ୍କ ତତ୍ତ୍‌୍ୱାବଧାନରେ ଆଜି ଭଦ୍ରକ ବ୍ଲକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଭଦ୍ରକ ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଚନ୍ଦନ ନାୟକ, ସୁବୋଧ ଦାସ,ବାଦଲ ପଣ୍ଡା, ମାନଗୋବିନ୍ଦ ନାୟକ,ଗୌତମ ବେହେରା,ଶ୍ରୀକାନ୍ତ ଛତାର,ମାନସ ପଣ୍ଡା, ଜୀବନ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.