Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଫ୍ଲେକ୍ସ ପ୍ରିଣ୍ଟିଂ ମାଲିକ ସଂଘ ଗଠିତ

ଭଦ୍ରକ ଜିଲ୍ଲା ଫ୍ଲେକ୍ସ ପ୍ରିଣ୍ଟିଂ ମାଲିକ ସଂଘ ଗଠିତ

25

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଫ୍ଲେ୍‌କ୍ସ ପ୍ରିଣ୍ଟିଂ ମାଲିକ ସଂଘ ଗଠିତ ହୋଇ ଯାଇଛି । ଓଡ଼ିଶା ଫ୍ଲେକ୍ସ ପ୍ରିଣ୍ଟିଂ ମାଲିକ ସଂଘର ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲାର ସମସ୍ତ ଫ୍ଲେକ୍ସ ପ୍ରିଣ୍ଟିଂମାଲିକମାନଙ୍କୁ ନେଇ ଏକ ଜରୁରୀ ବୈଠକ ଭଦ୍ରକ ନୂଆବଜାର ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଯେ, ଫ୍ଲେକ୍ସ ପ୍ରିଣ୍ଟିଂ ପ୍ରେସ୍ ମାନଙ୍କରେ ବହୁ ବେକାର ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇ ଜୀବନ ଜୀବିକା ନିର୍ଭର କରୁଥିବା ବେଳେ କରୋନା ମହାମାରୀ ପରେ ଏହି କ୍ଷୁଦ୍ର ଶିଳ୍ପ ଉପରେ ପ୍ରଭାବ ପଡ଼ିଛି । ତାଲା ବନ୍ଦ ସମୟରେ ସଂସ୍ଥାଗୁଡ଼ିକ ଦୀର୍ଘ ଦିନଧରି ବନ୍ଦ ହୋଇ ପଡ଼ିବା ଯୋଗୁଁ ଏଥିରେ କାର୍ଯ୍ୟରତ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଲି ସେତିକି ନୁହେଁ ସଂସ୍ଥାର ମାଲିକମାନେ ମଧ୍ୟ ବ୍ୟାଙ୍କର ଋଣ ପରିଶୋଧ କରି ନପାରି ନୟାନ୍ତ ହୋଇ ପଡ଼ିଛନ୍ତି । ସେହିଭଳି ଫ୍ଲେକ୍ସ ପ୍ରିଣ୍ଟିଂ ପାଇଁ କଞ୍ଚାମାଲର ଦିନକୁ ଦିନ ଦରବୃଦ୍ଧି ଯୋଗୁଁ ବ୍ୟବସାୟ ପ୍ରତି ବିପଦ ସୃଷ୍ଟି ହେଉଛି । ଏହି ସବୁ ସମସ୍ୟାକୁ ଆଖିଆଗରେ ରଖି ସଂଗଠନ ମାଧ୍ୟମରେ ଏହି ଶିଳ୍ପର ବିକାଶ କରିବା ପାଇଁ ରାଜ୍ୟ ସ୍ତରୀୟ ସଂଗଠନ ଗଠନ କରାଯାଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲାର ମାଲିକ ସଂଘର ଗଠନ ହୋଇଛି ।

ପ୍ରଭାତ ଆର୍ଟର ମୁଖ୍ୟ ପ୍ରଭାତ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାର ସମସ୍ତ ମାଲିକ ନିଜ ନିଜର ମତାମତ ରଖିଥଲେ । ସମସ୍ତଙ୍କ ସହମତି କ୍ରମେ ପ୍ରଭାତ କୁମାର ଜେନା ସଂଗଠନର ସଂପାଦକ ଦାୟିତ୍ୱ ଓ ଏକ୍ରାମ ଆର୍ଟର ମୁଖ୍ୟ ଏସ୍‌.କେ ଏକ୍ରାମ ମହମ୍ମଦ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଜିଲ୍ଲାର ସଂଗଠନକୁ କିପରି ସୁନ୍ଦର ଓ ସୁଦୃଢ଼ ତିଆରି କରିହେବ ଭଦ୍ରକ ଜିଲ୍ଲାର ପୁରାତନ ଏଡ଼ଭର୍ଟାଇଜ୍‌ମେଣ୍ଟ ଏଜେନ୍ସି ପ୍ରଚାର ମାଧ୍ୟମର ମୁଖ୍ୟ ପରିଚାଳକ ସଂଗ୍ରାମ କେଶରୀ ବିଶ୍ୱାଳଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ସମସ୍ତେ ଗ୍ରହଣ କରିଥିଲେ । ଏହି ସଭାକୁ ଉତ୍ସାହିତ କରିବା ପାଇଁ ତଥା ସଂଗଠନ କିପରି ଆଗକୁ ଯିବ ସୁଦୂର କେନ୍ଦୁଝର ଜିଲ୍ଲାର ସଭାପତି ବିଚିତ୍ରାନନ୍ଦ ସାହୁ ଓ ବରିଷ୍ଠ କର୍ମଚାରୀ ନେତା ଏବଂ ସଂଗଠନର ଉପଦେଷ୍ଟା ପନିତ୍ର ପାତ୍ର ଏବଂ ବାଲେଶ୍ୱର ଜିଲ୍ଲାର ସଭାପତି ବିଶ୍ୱଜିତ୍ ପରମାଣିକ, ସଂପାଦକ ରାଜେନ୍ଦ୍ର ରାଉତ (ରାଜା ବାବୁ), ବିଶିଷ୍ଟ ସଦସ୍ୟ ହୁସେନ ଅଲ୍ଲୀ ଖାଁ (ମୁନା ବାବୁ) ସଭାରେ ଯୋଗଦେଇଥିଲେ । ବୈଠକରେ ସବୁ ସଦସ୍ୟମାନଙ୍କର ମତାମତ କ୍ରମେ ସମସ୍ତ ଆଭିମୁଖ୍ୟ ଜିଲ୍ଲା ପ୍ରଶାସନ ଗୋଚରାର୍ଥ ଲିଖିତ ଜଣାଇ ଦିଆଯିବା ସହିତ ଗ୍ରାହକ ମାନଙ୍କୁ ମଧ୍ୟ ଜଣାଇଦିଆଯିବ । ପ୍ରଶାସନଙ୍କୁ ନିବେଦନ ପ୍ରତ୍ୟେକ ଫ୍ଲେକ୍ସ ପ୍ରିଣ୍ଟିଂକୁ ଏମ୍‌ଏସ୍‌ଏମ୍‌ଇରେ ମଧ୍ୟମ କ୍ଷୁଦ୍ର ଶିଳ୍ପ ଭାବରେ ପଞ୍ଜିକରଣ କରାଯାଇ ସରକାରୀ ବ୍ୟାଙ୍କରୁ କମ ସୁଧ ହାରରେ ଋଣ ଯୋଗାଇ ଦେବା ସହିତ ସମସ୍ତ କର୍ମଚାରୀ ଓ ମାଲିକମାନଙ୍କର ଜୀବନ ଜୀବିକାକୁ ଲକ୍ଷ୍ୟ ରଖି ବିଚାର ବ୍ୟବସ୍ଥା କରାଯାଉ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.