Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘ ପକ୍ଷରୁ ନୂତନ ଜିଲ୍ଲା ଜଜ୍‌ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଦ୍ରକ ଓକିଲ ସଂଘ ପକ୍ଷରୁ ନୂତନ ଜିଲ୍ଲା ଜଜ୍‌ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

20

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନବ ନିଯୁକ୍ତ ଜିଲ୍ଲାଜଜ୍ ମାନ୍ୟବର ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭଦ୍ରକ ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । ଭଦ୍ରକ ଓକିଲ ସଂଘ ସଭାଗୃହରେ ବାର ସଭାପତି ଦିଲ୍ଲୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଜଜ୍ ନାୟକଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବରୁ ଶ୍ରୀ ନାୟକ ଭଦ୍ରକ ଫାଷ୍ଟ ଟ୍ରାକ୍ କୋର୍ଟର ଜଜ୍ ଓ ପରେ ଭଦ୍ରକ ସ୍ୱତନ୍ତ୍ର ବିଚାର ବିଭାଗୀୟ ଜିଲ୍ଲାର ମାନ୍ୟତା ପାଇବା ପରେ ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଭାବେ ନିଯୁକ୍ତ ପାଇ ସୂଚାରୁ ରୂପେ କାର୍ଯ୍ୟ କରିଥିଲେ । ତେବେ ଝାରସୁଗୁଡ଼ାରୁ ବଦଳି ହୋଇ ଆଜି ଭଦ୍ରକର ନ୍ୟାୟପାଳିକାର ସର୍ବୋଚ୍ଚ ପଦବୀରେ ଜିଲ୍ଲାଜଜ୍ ନିଯୁକ୍ତି ପାଇ ଏହି ପଦବୀରେ ଯୋଗଦାନ କରିଥିବାରୁ, ଭଦ୍ରକ ଓକିଲ ସଂଘ ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ ନିରାଡମ୍ବର ସମ୍ବର୍ଦ୍ଧାନା ସଭାର ଆୟୋଜନ ହୋଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ନାୟକ ବାର ଓ ବେଞ୍ଚ ମଧ୍ୟରେ ସମନ୍ୱୟ ରହିଲେ, ବହୁ କାର୍ଯ୍ୟ ସଫଳତାର ସହ ସମାପନ ହୋଇ ପାରିବ ବୋଲି କହିଥିଲେ । ଭଦ୍ରକ କୋର୍ଟରେ ବିଚାର ନହୋଇ ପଡ଼ି ରହିଥିବା ମହିଳା ନିର୍ଯ୍ୟାନତା ଓ ଚେକ୍ ବାଉନ୍ସ ସମ୍ପର୍କୀତ ମାମଲାରେ ତ୍ୱରିତ୍ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଶୀ ନାୟକ ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି ନବ ନିର୍ମିତ ନଳାଙ୍ଗସ୍ଥିତ ଜିଲ୍ଲାଜଜ୍ କୋର୍ଟର ସ୍ଥାନାନ୍ତରଣ ପ୍ରକ୍ରିୟାରେ ଓକିଲ ସଂଘର ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ନିରାକାର ଜେନା, ଯତିକାନ୍ତ ନାୟକ, ଶଶୀଭୂଷଣ ପଣ୍ଡାଙ୍କ ସମେତ ସଂଘର ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା ଜିଲ୍ଲାଜଜ୍ ଶ୍ରୀ ନାୟକଙ୍କୁ ସ୍ୱାଗତ କରିବା ସହ ଭଦ୍ରକ କୋର୍ଟରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାଜଜ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏସମସ୍ତ ସମସ୍ୟା ଖୁବ କମ୍ ଦିନରେ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ଭଦ୍ରକ ବାରର କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ଯୁଗ୍ମ ସଂପାଦକ ନିକୁଞ୍ଜ ପୁହାଣ, ସହ ସଂପାଦକ ଅଭୟ ସେଠୀ, ଅଶୋକ କୁମାର ନାୟକ ଜିଲ୍ଲାଜଜ୍‌ଙ୍କୁ ପୁଷ୍ପଗୁଛ ଦେଇ ସମ୍ବଦ୍ଧିତ କରିଥିଲେ । ଏହି ସମାରୋହରେ ସିଭିଲ କୋର୍ଟର ରେଜିଷ୍ଟ୍ରାର ଅବକାଶ ନାୟକ, ସଂଘର କର୍ମକର୍ତ୍ତା ଆଇନଜୀବୀ ପବନ ଶର୍ମା, ଗିରିଧାରୀ ନାଥ, ଗଦାଧର ବଳ, ବିଜନ ଜେନା, ବିନୟ କୁମାର ସ୍ୱାଇଁ, ଧିରେନ୍ଦ୍ର ରାୟ, ସନାତନ ଦିକ୍ଷୀତ, ରଶ୍ମୀରଂଜନ ଦିକ୍ଷୀତ, ସଂଜୟ ମାଝୀ, ଶ୍ରୀକାନ୍ତ ତ୍ରିପାଠୀ, ଗୌରହରି ନାୟକଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀମାନେ ଯୋଗଦେଇଥିଲେ । ଶେଷରେ ବାରର ଉପସଭାପତି କରୁଣାକର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.