Home କୋରାପୁଟ ସଡ଼କ ଦୁର୍ଘଟଣା ରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ଚାଳକ ମୃତ୍ୟୁ

ସଡ଼କ ଦୁର୍ଘଟଣା ରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ଚାଳକ ମୃତ୍ୟୁ

189

କୋରାପୁଟ ୬/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପେଟା ଘାଟି ମଧୁବଣ ନିକଟଦେଇ ଯାଉଥିବା ୫୬ ନମ୍ବର ଜାତୀୟ ରାଜପଥରେ ଗୁରୁବାରଦିନ ବିଳମ୍ବିତ ରାତିରେ ଏକ ମାଣ୍ଡିଆ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଚାଳକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପେଟା ଘାଟି ନିକଟ ମଧୁବଣ କାଳୀ ମନ୍ଦିର ନିକଟ ୫୬ ନମ୍ବର ଜାତୀୟ ରାଜପଥ ରାସ୍ତା କଡରେ ଭାରସାମ୍ୟ ହରାଇରାସ୍ତା କଡରେ ଥିବା ପଥରକୁ ଧକ୍କା ମାରି ଦୁର୍ଘଟଣା ଘଟିଥିଲା। ଟ୍ରକଟି ଲୋମତା ପୁଟ ଠାରୁ ହାଇଦ୍ରାବାଦ ମାଣ୍ଡିଆ ନେଇଯାଇଥିଲା। ଖବର ପାଇ ବୈପାରିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖି ଚାଳକକଙ୍କୁ ଉଦ୍ଧାର କରିବାରେ ବିଫଳହୋଇ ଲୋମତା ପୁଟ ପାଣ୍ଡି କୁ ଖବର ଦେବାରୁ ଲୋମତା ପୁଟ ପାଣ୍ଡିଅଧିକାରୀ ମନୁଆ ବିଡ଼ିକା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ଅକ୍ସିଜେନଦେଇ ଗ୍ୟାସ କଟର ସାହାଯ୍ୟରେ କାଟି ଚାଳକକଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଚାଳକ ମୃତ୍ୟୁ ବରଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.