Home ଜିଲ୍ଲା ପରିକ୍ରମା ସରକାରି ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରରେ ଅବ୍ୟବସ୍ଥା,ପ୍ରତି ପଡିକାର୍ଡ ଧାରିଙ୍କ ଠାରୁ ୨୦ଟଙ୍କା ଲେଖା ଚାନ୍ଦା...

ସରକାରି ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରରେ ଅବ୍ୟବସ୍ଥା,ପ୍ରତି ପଡିକାର୍ଡ ଧାରିଙ୍କ ଠାରୁ ୨୦ଟଙ୍କା ଲେଖା ଚାନ୍ଦା ଆଦାୟ ଅଭିଯୋଗ 

195

ମାଲକାନଗିରି,୧୯ା୧୦(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମୋ ସରକାର ଯୋଜନା କବେଳ କାଗଜ କଲମରେ ସିମିତ ହୋଇରହିଛି, ବିଭିନ୍ନ ଜିଲ୍ଲାରେ ଲାଚଂ ମାଗୁଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦିନଦ୍ୱିପ୍ରହରରେ ଖୋଲମ ଖୋଲା ଭାବେ ଉପରସ୍ଥ ଅଧିକାରୀ ମାନଙ୍କୁ ଚାନ୍ଦା ଦିଆ ଯିବ ବୋଲି କହି ଗରିବ ରାସନକାର୍ଡ ପଡି ଧାରୀ ମାନଙ୍କ ଠାରୁ ସରକାରି ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରରେ ୨୦ଟଙ୍କା ଲେଖା ଚାନ୍ଦା ମଗା ଯାଉଥିବାର ଅଭିଯୋଗ ଆସିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ କୁମୁଟିଗୁଡା ଠାରେ ଥିବା ସରକାରି ସୁଲଭ ମୂଲ୍ୟ ବିକ୍ରୟକେନ୍ଦ୍ରରେ ୫୫୩ଜଣ ପିଏଚଏଚ,୭୨ଜଣ ଏଏଓ୍ୟାଇ,୫ଜଣ ଅଣ୍ଣ ର୍ପୂଣ୍ଣା କାର୍ଡ ଧାରି ରହିଛନ୍ତି । ୧୦ନମ୍ବର ଓ୍ୟାର୍ଡର କୁମୁଟିଗୁଡା,୧୧୯କଲୋନି, ଝାଟିମାଟିକଲୋନି,ସାଇମନ୍ଦିର ସାହି,ମେଡିକାଲ କଲୋନି ଆଦି ବସ୍ତିର ପ୍ରାୟ୬୦୦ରୁ ଉର୍ଦ୍ଦ ରାସନକାର୍ଡ ଧାରି ପରିବାର ଙ୍କୁ ସରକାରଙ୍କ ଟଙ୍କିକିଆ ଚାଉଳ, ଗହମ,କିରୋସିନୀ ଦିଆଯାଉଛି, ଏହି କେନ୍ଦ୍ରର ଯିହବାଃ ମହିଳା ସ୍ୱୟଂସହାୟକ ଗୋଷ୍ଟି ବଟଂନ ଦାଇତ୍ୱନେଇଛନ୍ତି । ବଟଂନ ଦାଇତ୍ୱରେ ରହିଥିବା ସ୍ୱୟଂସହାୟକ ଗୋଷ୍ଟିର ମହିଳାମାନେ ଯୋଗାଣ ବିଭାଗ ଅଧିକାରୀ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଚାନ୍ଦା ଦେବାକୁ ପଡୁଛି କହି ପ୍ରତି ପଡିକାର୍ଡ ଧାରି ମାନଙ୍କ ଠାରୁ ପ୍ରତିମାସରେ ୨୦ଟଙ୍କା ଲେଖା ଚାନ୍ଦା ନେଉଥିବାର ପଡିକାର୍ଡ ଧାରି ମାନେ ଜିଲ୍ଲାପାଳ,ଉପଜିଲ୍ଲାପାଳ,ଜିଲ୍ଲାଯୋଗାଣ ବିଭାଗ ଅଧିକାରୀ ଙ୍କୁ ଦରଖାସ୍ତ ଦେଇଥିବାର ଜଣାପଡିଛି । କେବଳ ୨୦ଟଙ୍କା ଲେଖା ଚାନ୍ଦା ନିଅନ୍ତି ନାହିଁ , ରାସନକାର୍ଡ ଧାରି ମାନଙ୍କୁ ନିୟମିତ ଭାବେ ଚାଉଳ, ଗହମ, କିରୋସିନି ଦିଆଯାଇନଥାଏ, ଚାଉଳ, ଗହମ,କିରୋସନି ଓଜନରେ କମ ଥାଏ,ଯିଏ ଅଭିଯୋଗ କରେ ତୁମ ଚାଉଳ ବନ୍ଦକରି ଦିଆଯିବ ବୋଲି ଧମକ ଦେଉଥିବାର କିଛି ରାସନକାର୍ଡ ଧାରି ମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜିଲ୍ଲାଯୋଗାଣ ଅଧିକାରୀ ଦାଇତ୍ୱରେ ଥିବା ସହକାରି ଜିଲ୍ଲାଯୋଗାଣ ଅଧିକାରୀ ମନୋଜକୁମାର ପ୍ରଧାନ ତାଙ୍କପ୍ରତିକ୍ରୀୟାରେ କହିଛନ୍ତି ଜିଲ୍ଲାଯୋଗାଣ ବିଭାଗ କି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ରାସନକାର୍ଡ ଧାରିଙ୍କୁ କେହି ଚାନ୍ଦା ମାଗିନାହାଁନ୍ତି,ଏହା ମିଥ୍ୟାକଥା, ଏ ସଂପର୍କରେ ଅଭିଯୋଗ ଆମ ନିକଟରେ ପହଁଚି ନାହିଁ,ଅଭିଯୋଗ ପାଇଲା ପରେ ଏହାର ପ୍ରକୃତ ସତ୍ୟାସତର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରା ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.