Home ଜିଲ୍ଲା ପରିକ୍ରମା ସରକାରଙ୍କ ମୋ କଲେଜ ଯୋଜନାରେ ଚାନ୍ଦବାଲି ବ୍ଲକରେ ୯ଟି କଲେଜକୁ ୫.୫କୋଟିର ସହାୟତା, ବିନା ଟେଣ୍ଡରେ...

ସରକାରଙ୍କ ମୋ କଲେଜ ଯୋଜନାରେ ଚାନ୍ଦବାଲି ବ୍ଲକରେ ୯ଟି କଲେଜକୁ ୫.୫କୋଟିର ସହାୟତା, ବିନା ଟେଣ୍ଡରେ ହେଉଥିବା କାର୍ଯ୍ୟରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

43

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ନିଜ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ୫ଟିରେ ଅର୍ନ୍ତଭୁକ୍ତ କରିବା ପରେ ପୁନଶ୍ଚ କିଛି ବଡ ଶିକ୍ଷାନୁଷ୍ଠାନ ପାଇଁ ମୋକଲେଜ ଯୋଜନାରେ କିଛି ଅନୁଦାନ ଆଣି ସେ ଗୁଡିକର ବିକାଶ କରିବା ପାଇଁ ଆଗେଇଛନ୍ତି । ଏଥିପାଇଁ ୫.୫କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ସେ ସବୁକୁ ଚୁଡାନ୍ତ ରୂପରେଖ ଦେବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ଧାମରାଇ +୨ ଜୁନିୟର କଲେଜ ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିବା ବେଳେ ,ଧାମରାରେ ଥିବା ଭୋକେସନାଲ ସଂସ୍କୃତ ବିଦ୍ୟାଳୟ ପାଇଁ ୨୫ଲକ୍ଷ,ଚାନ୍ଦବାଲି +୨ ଜୁନିୟର କଲେଜ ପାଇଁ ୧କୋଟି, ଚାନ୍ଦବାଲି ଡିଗ୍ରି ମହାବିଦ୍ୟାଳୟ ପାଇଁ ୧କୋଟି,ଘଂଟେଶ୍ୱର +୨ ଜୁନିୟର କଲେଜ ପାଇଁ ୧କୋଟି ,ଘଂଟେଶ୍ୱର ଡିଗ୍ରି ମହାବିଦ୍ୟାଳୟ ପାଇଁ ୫୦ଲକ୍ଷ ,ମତୋ ଠାରେ ଥିବା ଲଳିତ ଶିବଶଙ୍କର +୨ ଜୁନିୟର କଲେଜ ପାଇଁ ୫୦ଲକ୍ଷ,ଚାନ୍ଦବାଲି ଠାରେ ଥିବା ସରକାରୀ ଭୋକେସନାଲ କଲେଜ ପାଇଁ ୨୫ଲକ୍ଷ,ମତୋ ଠାରେ ଥିବା ଡିଗ୍ରି କଲେଜ ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଶ୍ରେଣୀଗୃହର ଉନ୍ନତି କରଣ ଏବଂ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହେବ ବୋଲି ଯୋଜନା ରଖିଛନ୍ତି ।ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ସମସ୍ତ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଟେଣ୍ଡର ହୋଇଥିଲେ କାର୍ଯ୍ୟର ସ୍ୱଚ୍ଛତା ରହିଥାନ୍ତା ବୋଲି ଅଂଚଳବାସୀ ଦାବୀ କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟ ଆଗାମୀ ନିର୍ବାଚନ ପୂର୍ବରୁ ବିନା ଟେଣ୍ଡରରେ ଦଳୀୟ କର୍ମୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ବିଦ୍ଧିବଦ୍ଧ ଯୋଜନା ହୋଇଥିବାରୁ କାର୍ଯ୍ୟରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.