Home ଓଡ଼ିଶା ସରକାରଙ୍କ ନୟମକୁ ମାନୁନାହାଁନ୍ତି ହୋଟେଲ ଓ ଲଜିଂ

ସରକାରଙ୍କ ନୟମକୁ ମାନୁନାହାଁନ୍ତି ହୋଟେଲ ଓ ଲଜିଂ

263

ପୁରୀ, ୨୮/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବଡଦିନ ଓ ନୂଆବର୍ଷ ପାଇଁ ସହରରେ ପର୍ଯ୍ୟଟକ ମାନଙ୍କର ସମାଗମ ବୃଦ୍ଧି ପାଇଛି। ବିଶେଷ କରି ନୂଆ ବର୍ଷ ପାଳନ କରିବା ଓ ଛୁଟି କାଟିବାକୁ ଏଠାକୁ ଦୈନଦିନ ହଜାର ହଜାର ପର୍ଯ୍ୟଟକ ଟ୍ରନେ, କାର ଓ ବସ ଯୋଗେ ଆସୁଥିବା ଦେଖାଯାଏ। କେତେକ ହୋଟେଲ କର୍ତୁପକ୍ଷ ସେମାନଙ୍କର କୋଠରୀ ପୂର୍ବରୁ ସଂରକ୍ଷିତ ହୋଇଛି। ଅପରପକ୍ଷରେ ପର୍ଯ୍ୟଟକ ମାନଙ୍କ ଠାରୁ ନିର୍ଦ୍ଧାରିତ ଦର ଠାରୁ ଅଧିକ ନେଇ ରୁମ ଦେବା ଅଭିଯୋଗ ହେଉଛି। ଏହା ଦ୍ୱାରା ପର୍ଯ୍ୟଟକ ମାନେ ଶ୍ୱସଣ ର ଶୀକାର ହେଉଛନ୍ତି ବୋଲି କେତେକ ପର୍ଯ୍ୟଟକ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଯେଉଁ କୋଠରୀର ମୂଲ୍ୟ ଅନ୍ୟ ଦିନରେ ୩୦୦୦ ଟଙ୍କା ସେହି କୋଠରିକୁ ଅଧିକ ୩ ଗୁଣରୁ ୪ ଗୁଣ ପର୍ଯ୍ୟନ୍ତ ବଢାଇ ଅର୍ଥ ଆଦାୟ କରୁଥିବା କୁହାଯାଉଛି। ଏସମ୍ପର୍କରେ ହୋଟେଲ ମାଲିକ ସଂଘର କର୍ମକର୍ତା ମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.