Home ଜିଲ୍ଲା ପରିକ୍ରମା ସଂଧ୍ୟାରାଣୀ ପାଇଲେ ଦୁଲ୍ଲଭ ସମ୍ମାନ

ସଂଧ୍ୟାରାଣୀ ପାଇଲେ ଦୁଲ୍ଲଭ ସମ୍ମାନ

212

ପୁରୀ, ୨୮/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଅନ୍ନପୂଣ୍ଣା ଥିଏଟର କଳାକାର ସଂଧ୍ୟାରାଣୀ ପଟ୍ଟନାୟକଙ୍କୁ ମିଳିଛି ସମ୍ମାନଜନକ ଦୁଲ୍ଲଭ ସମ୍ମାନ।ବିଶିଷ୍ଟ ଅଭିନେତା ଗୁରୁ ଦୁଲ୍ଲଭ ସିଂ ଫାଉଣ୍ଡେସନ ତରଫରୁ ଗତକାଲି ସଂଧ୍ୟା ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଂଚ ରେ ଅନଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ସଂଧ୍ୟାରାଣୀ ଙ୍କୁ ସମ୍ମାନ କରାଯାଇଥିଲା। ପ୍ରାକ୍ତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତୀଥି ଭାବେ ଯୋଗଦେଇ ଗୁରୁ ଦୁଲ୍ଲଭ ସିଂହ ଙ୍କ ଜଣେ ପ୍ରତିଭାବାନ ବ୍ୟକ୍ତି ଏବଂ ଉଚ୍ଚକୋଟିର କଳାକାର ବିରଳ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟକଳାକୁ ବଂଚାଇରଖିବା କ୍ଷେତ୍ରରେ ଦୁଲ୍ଲଭ ସିଂହଙ୍କ ଅବଦାନକୁ ରାଜ୍ୟ ବାସୀ ସବୁଦିନ ପାଇଁ ମନେରଖିବେ ବୋଲି ସେ କହିଥିଲେ। ଉତ୍ସବରେ ରାଧାମିହନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସନ୍ତୋସ କୁମାର ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ। ଓଡିଆ ଭାଷା ସାହିତ୍ୟ ଓ ସଂସ୍ଖୃତି ବିଭାଗ ନିର୍ଦ୍ଧେଶକ ଅନ୍ୟତମ ଅତିଥି ଭାବେ ବିଜୟ କୁମାର ନାୟକ ଯୋଗ ଦେଇଥିଲେ। ପୁରୀ ପୌରସଂସ୍ଥାର ପ୍ରାକ୍ତନ ନଗରପାଳ ଶାନ୍ତିଲତା ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର, ପୂର୍ବତନ ଉପନଗରପାଳ ସବ୍ୟସାଚୀ ମହାପାତ୍ର, ଚଳଚ୍ଚିତ୍ର ଅଭିନେତା ଅଜିତ୍ ଦାସ, ଅଭିନେତା ଦୋଳଗୋବିନ୍ଦ ଟଥ, ଅଭିନେତା କ୍ରୀଷ୍ଣା କର, ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ସମ୍ମାନିତ ଅତୀଥି ଭାବେ ଯୋଗ ଦେଇଥିଲେ। ଫାଉଣ୍ଡେସନ ତରଫରୁ ଓଡିଶୀ ନୃତ୍ୟ ଓ ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.