Home କେନ୍ଦୁଝର ସରକାରଙ୍କ ନିୟମ କାର୍ଯ୍ୟକାରୀ ହେଉନି ଚାଲିଚାଲି ଯାଉଛନ୍ତି ଶ୍ରମିକ, ସହାୟତାର ହାତ ବଢ଼ାଇଲେ ସମାଜସେବୀ

ସରକାରଙ୍କ ନିୟମ କାର୍ଯ୍ୟକାରୀ ହେଉନି ଚାଲିଚାଲି ଯାଉଛନ୍ତି ଶ୍ରମିକ, ସହାୟତାର ହାତ ବଢ଼ାଇଲେ ସମାଜସେବୀ

134

ହାଟଡ଼ିହି-୧୬/୫, ପ୍ରବାସୀ ଓଡିଆମାନେ ଆଉ ଚାଲି ଚାଲି କିମ୍ବା ସାଇକେଲରେ ଯାଇ ପାରିବେ ନାହିଁ ବୋଲି ଗତକାଲି ଠାରୁ ପୁଲିସ ଡିଜି ଘୋଷଣାକରି ପୁଲିସକୁ ଏନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିବାବେଳେ ପୁଲିସର ନିର୍ଦ୍ଦେଶକୁ କେହି ମାନୁ ନଥିବା ଦେଖା ଦେଇଛି । ଆଜି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଓ କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ୪ଜଣ ପ୍ରବାସୀ ବିଶାଖାପାଟଣାରୁ ଏକ ଟ୍ରକରେ ଆସି ଭଦ୍ରକରେ ଓହ୍ଲାଇବାପରେ ଚାଲି ଚାଲି ଠାକୁରମୁଣ୍ଡା ଓ ସୁଆମପାଟଣା ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଥିଲା । ସେମାନେ ବାଟରେ ଅନେକ ଥାନା ଓ ଗେଟ ପାର ହୋଇ ଆସିଥିଲେବି କିପରି କେହି ତାଙ୍କୁ ଅଟକାଇ ଗାଡି କରି ତାଙ୍କ ଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରିନଥିଲେ । ଚାଲିଚାଲି ଛେନାପଦିଛକରେ ପହଞ୍ଚିବାପରେ ସମାଜସେବୀ ରତିକାନ୍ତ ରାଉତ ସେମାନଙ୍କୁ ଚୁଡା, ବିସ୍କୁଟ, ପାଣିବଟଲ ଦେବା ସହିତ ଖାଇବାପାଇଁ ଆରô୍ଥକ ସହାୟତା ପ୍ରଦାନ କରିଥିଲେ । ବଞ୍ଚୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ସୁଧାଶୁଂ ରାଉତ ସେମାନଙ୍କୁ ବଞ୍ଚୋ ହାଇସ୍କୁଲରେ ରାତ୍ରୀଯାପନ କରିବାର ବ୍ୟବସ୍ଥା କରାଇଛନ୍ତି । ଆସନ୍ତାକାଲି ସେମାନଙ୍କୁ ଗାଡି ଯୋଗେ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ସମାଜସେବୀ ଶ୍ରୀ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.