Home ଓଡ଼ିଶା ଚୋରା ମାଙ୍ଗାନିଜ ଟ୍ରକ ଜବତ, ଡ୍ରାଇଭର ସମେତ ୨ ଗିରଫ

ଚୋରା ମାଙ୍ଗାନିଜ ଟ୍ରକ ଜବତ, ଡ୍ରାଇଭର ସମେତ ୨ ଗିରଫ

183

ଯୋଡା, ୧୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୁଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ସମୟରେ ଟ୍ରକଟିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଡ୍ରାଇଭର ସମେତ ୨ଜଣକୁ ଗିରଫ କରିଥିବା ଜଣାପଡିଛି । ଗତ ୮ ତାରିଖ ଶନିବାର ବିଳମ୍ବିତ ରାତ୍ରୀରେ ଇଙ୍ଗାଣୀଝରଣ ଜଙ୍ଗଲ ଭିତରେ ଗଚ୍ଛିତ ରଖାଯାଇଥିବା ମାଙ୍ଗାନିଜକୁ ଏହି ଦୁର୍ବୁତ୍ତ ମାନେ ଏକ ୧୨ ଚକିଆ ଟ୍ରକ ଓଆର୧୬ଡି-୮୪୪୭ରେ ବାହାର ରାଜ୍ୟକୁ ଚୋରା ଚାଲାଣ କରିବା ପାଇଁ ବୋଝେଇ କରୁଥିବା ବେଳେ କୌଣସି ସୂତ୍ରରୁ ଯୋଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ଅଚାନାକ ଚଢାଉ କରିଥିଲା । ଏହି ସମୟରେ ଉକ୍ତ ଟ୍ରକରେ ମାଙ୍ଗାନିଜ ବୋଝେଇ ହେଉଥିବା ବେଳେ ପୁଲିସକୁ ଦେଖି ଘଟଣା ସ୍ଥଳରୁ ଡ୍ରାଇଭର ଓ ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ । ଏ ନେଇ ପୁଲିସ ଏହାର ତଦନ୍ତ କରି କେଶ ନଂ. ୧୧୮/୨୦ରେ ୩୭୯/୪୧୧/୩୪ ଆଇପିସି ଧାରାରେ ଟ୍ରକ ଡ୍ରାଇଭର ଏମ୍‌.ଡି. ଆରିଫ ଓରଫ ମାଲଚୁ (୩୧), ଏମ୍‌.ଡି. ଆରଫ ଓରଫ ଛୋଟୁ (୨୬), ଦୀପକ କିଶପଟା (୨୯) ଏହି ୩ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ତେବେ ଡ୍ରାଇଭରର ଘର ବଡବିଲ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣଙ୍କର ଘର ଯୋଡାରେ ପୁଲିସ ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ, ଚୋରା ଖଣିଜ କାରବାରରେ ଡ୍ରାଇଭରକୁ ଗିରଫ କରାଯାଉଥିବା ବେଳେ ସମ୍ପୃକ୍ତ ଗାଡିର ମାଲିକ ଏବଂ ଏହି ଚୋରା ଖଣିଜ ପଦାର୍ଥ କିଣୁଥିବା ବ୍ୟକ୍ତିଙ୍କ ପାଖରେ ପୁଲିସ ପହଞ୍ଚିପାରିନଥାଏ । ଫଳରେ ଏହି ଚୋରା କାରବାର ରୋକିବା ଅସମ୍ଭବ ହୋଇପଡିଛି ବୋଲି ସାଧାରଣରେ ଆଲୋଚନା ହୁଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.