Home କେନ୍ଦୁଝର ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

77

ହାଟଡିହି- ୨୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ହାଟଡିହି ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଞ୍ଜୁଲତା ବିଶ୍ୱାଳ, ବିଡିଓ ବିନିତା ବିଜୟୀନି, ତହସିଲଦାର କିର୍ତ୍ତନ ବିହାରୀ ଓଝା, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ସିଡିପିଓ ସରସ୍ୱତୀ ସେଠୀ, ଥାନା ଅଧିକାରୀ ମଦନ ମୋହନ ନାୟକ, ଅଗ୍ନିଶମ ଅଧିକାରୀ ସୁର୍ଯ୍ୟମଣୀ ନାୟକ, ବିଇଓ ସୁରଥ କୁମାର ସାହୁ, ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ଆରୁଖ, ବ୍ଲକ କୃଷି ଅଧିକାରୀ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ସମ୍ବାବ୍ୟ ବାତ୍ୟାର ସଫଳ ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ହାଟଡିହି ବ୍ଲକର ବନ୍ୟା ପ୍ଳାବିତ ଅଞ୍ଚଳ ଭାବେ ପରିଚିତ ବଞ୍ଚୋ, ପଞ୍ଚୁଗୋଛିଆ, ସୁଲଣ, ଆମ୍ବୋ, ସମଣା, ହାବଳେଶ୍ୱର, ଗେଡମା, ଆଇତିପୁର ଆଦି ପଞ୍ଚାୟତ ମାନଙ୍କରେ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିଲା । ଏଥିପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ କନିଷ୍ଠଯନ୍ତ୍ରୀ ମାନଙ୍କୁ ନୋଡାଲ ଅଫିସର ଭାବେ କାର୍ଯ୍ୟକରିବାକୁ ନିଷ୍ପତି ହୋଇଥିବାବେଳେ ସମସ୍ତ ସରପଞ୍ଚ, ପିଇଓ, ଜିଆରଏସ ମାନେ ସଜାଗ ରହିବାକୁ କୁହାଯାଇଛି । ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ନିକଟସ୍ଥ ସ୍କୁଲ ମାନଙ୍କୁ ନେବାକୁ କୁହାଯାଇଥିବାବେଳେ ସ୍ଥାନାନ୍ତର ହେବାକୁ ଇଛୁକ ବ୍ୟକ୍ତି ମାନଙ୍କର କରୋନା ପରୀକ୍ଷା କରାଇବାକୁ କୁହାଯାଇଛି । ଏହି ବୈଠକରେ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଜାନକୀ ସଝା, ସୁଲଣ ପଞ୍ଚାୟତର ସରପଞ୍ଚ ଅଶୋକ ଯେନା, ଆମ୍ବୋ ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ଦାସ, ସମଣା ସରପଞ୍ଚ ପତିତ ପାବନ ନନ୍ଦ, ହାବଳେଶ୍ୱର ସରପଞ୍ଚ ଙ୍କ ପ୍ରତିନିଧି ଅମୁଲ୍ୟ ହାତୀ, ଗେଡମା ସରପଞ୍ଚଆନନ୍ଦ ଚନ୍ଦ୍ର ମହାନ୍ତି , ଆଇତିପୁର ସରପଞ୍ଚଆନନ୍ଦ ଚନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.