Home କେନ୍ଦୁଝର ମରଚାଇପଦାରେ ଶନିଶ୍ଚର ବିଗ୍ରହ ପ୍ରତିଷ୍ଠା

ମରଚାଇପଦାରେ ଶନିଶ୍ଚର ବିଗ୍ରହ ପ୍ରତିଷ୍ଠା

70

ହାଟଡିହି- ୨୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ମରଚାଇପଦା ଗ୍ରାମରେ ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ହୋମଯଜ୍ଞ ସହ ପୂଜାକାର୍ଯ୍ୟ ସମାପାନ କରାଯିବା ସହ ଶିନଶ୍ଚର ବିଗ୍ରହକୁ ଗ୍ରାମ ପରିକ୍ରମା କରାଇବା ପରେ ପ୍ରତିଷ୍ଠା କରାଯାଇଥିଲା । ପଣ୍ଡିତ ରାମଚନ୍ଦ୍ର ପଣ୍ଡା, ପ୍ରଶନଜିତ ପଣ୍ଡାଙ୍କ ଦ୍ୱାରା ବୈଦିକ ରୀତିନୀତି ମତେ ପୂଜାକାର୍ଯ୍ୟ କରାଯିବା ସହ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ । ଗ୍ରାମର ଶଙ୍ଖାଳି ଚରଣ ରାଉଳ, ଅଜିତ ରାଉତ, ଟୁଟୁ ଦେହୁରୀ, ରବିନ୍ଦ୍ର ମହାନ୍ତି, ନିରଞ୍ଜନ ମହାନ୍ତି, ରଙ୍ଗାଧର ରାଉତ, ଗୋବର୍ଦ୍ଧନ ରାଉତ, ରାଧାଶ୍ୟାମ ରାଉତ, ଗିରିଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଗ୍ରାମର ଅନ୍ୟ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.