Home କୋରାପୁଟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ  ତିରୋଧାନ ଦିବସ ପାଳିତ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ  ତିରୋଧାନ ଦିବସ ପାଳିତ

65

କୋରାପୁଟ ୨୧-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ସଦର ମହକୁମା ସମେତ ବିଭିନ୍ନ ବ୍ଲକରେ କଂଗ୍ରେସ ନେତା ଓ କର୍ମିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ସଦର ମହକୁମାସ୍ଥିତ ଶିଶୁ ଉଦ୍ୟାନରେ ସ୍ଥାପିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ସାସଂଦଙ୍କ ପ୍ରତିନିଧି ବାବୁଲା ବେନିଆ ,କଂଗ୍ରେସ ନେତା ରୂପକ ତୁରୁକ ,ମନୋଜ ଆଚାର୍ଯ୍ୟ ,ରମେଶ ଖରା ,ଭଗବାନ ବାହିନିପତି ପ୍ରମୁଖ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ସେହିପରି ସେମିଲିଗୁଡା ବ୍ଲକ କଂଗ୍ରେସ କମିଟି ତରଫରୁ  ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ , ବ୍ଲକ କଂଗ୍ରେସ କମିଟି ସଭାପତି ସନିଆ ମାଝି, ରାଜେନ୍ଦ୍ର ପାଙ୍ଗୀ ପ୍ରମୁଖ ଯୋଗଦେଇ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।
କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସ୍ଥାପିତ କୋଭିଡ ହସପିଟାଲ  ଏବଂ କୋଭିଡ କେୟାର ସେଂଟରକୁ ଯାଇ କଂଗ୍ରେସ କର୍ମିମାନେ କୋଭିଡ ଯୋଦ୍ଧାଙ୍କୁ ପୁଷ୍ପଗୁଛ ଦେଇ ସମ୍ନାନିତ କରିବା ସହ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ ।ସେହିପରି ସେମିଲିଗୁଡା ବ୍ଲକ କଂଗ୍ରେସ କମିଟି ତରଫରୁ ଲୋକମାନଙ୍କୁ ମାସ୍କ ଓ ସାବୁନ ପ୍ରଦାନ କଜରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.