Home କେନ୍ଦୁଝର ସମ୍ଭାବ୍ୟ ବାତ୍ୟାଞ୍ଚଳ ବୁଲି ଲୋକଙ୍କୁ ସଚେତନ କଲେ ବିଧାୟକ

ସମ୍ଭାବ୍ୟ ବାତ୍ୟାଞ୍ଚଳ ବୁଲି ଲୋକଙ୍କୁ ସଚେତନ କଲେ ବିଧାୟକ

48

ହାଟଡିହି- ୨୫ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି ହାଟଡିହି ବ୍ଲକର ଆଇତିପୁର, ଗେଡମା, ହାବଳେଶ୍ୱର, ଶାଳଣିଆଁ, ଡଅଁର ଆଦି ପଞ୍ଚାୟତ ଗ୍ରସ୍ଥକରି ଲୋକମାନଙ୍କୁ ବାତ୍ୟା ପାଇଁ ସତର୍କ ରହିବାକୁ ସଚେତନ କରାିଛନ୍ତି । ବାତ୍ୟା ଭଦ୍ରକ ବାଲେଶ୍ୱର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଗତିକରିବାର ଥବବାରୁ ଆମ ଅଞ୍ଚଳରେ ଏହାର ପ୍ରଭାବ ଢ଼େର ଅଧିକା ରହିବ ତେଣୁ କଚ୍ଚାଘର ଲୋକମାନେ ଓ ପାଣିରେ ବୁଡି ରହୁଥିବା ଗ୍ରାମର ଲୋକମାନେ ସତର୍କ ରହିବା ସହିତ ନିକଟସ୍ଥ ସ୍କୁଲକୁ ଆସି ନିରାପଦରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏନେଇ ବିଧାୟକ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରି ଲୋକମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି । ତାଙ୍କ ସହିତ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା ଥିବାବେଳେ ବିଧାୟକ ଶ୍ରୀ ସେଠୀ ଗେଡମା, ଆଇତିପୁର, ଶାଳଣିଆଁ, ଡଅଁର, ହାବଳେଶ୍ୱର ଆଦି ପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ମଧ୍ୟ ଆଲୋଚନା କରି ବାତ୍ୟା ମୁକାବିଲା ସମ୍ପର୍କରେ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.