Home କେନ୍ଦୁଝର କୋଭିଡ ପରୀକ୍ଷା ଶୁଣି ଲୋକେ ପଳାଇଲେ

କୋଭିଡ ପରୀକ୍ଷା ଶୁଣି ଲୋକେ ପଳାଇଲେ

100

ହାଟଡିହି- ୨୫ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ କୋଭିଡ ପରୀକ୍ଷା କରାଯିବ ବୋଲି ଶୁଣି ଲୋକମାନେ ଛାନିଆ ହୋଇ ଯାଇଛନ୍ତି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁନ୍ଦରାପାଳ ଆଶ୍ରୟସ୍ଥଳୀ ରେ ସ୍ଥାନାନ୍ତର ହୋଇଥିବା ଝଣଝଣା ଆଦର୍ଶ କଲୋନୀର ୨୨୦ଲୋକଙ୍କର କୋଭିଡ ଟେଷ୍ଟ କରାଯିବାର ବ୍ୟବସ୍ଥା ହୋଇଥିଲା । ମାତ୍ର ୧୦/୧୨ଜଣ ଲୋକ କୋଭିଡ ପରୀକ୍ଷା କରାଇଥିବାବେଳେ ଅନ୍ୟମାନେ କୋଭିଡ ପରୀକ୍ଷା ହେବା ଶୁଣି ସ୍ଥାନ ଛାଡି ଯେ ଯୁଆଡେ ପାରିଲେ ପଳାଇଥିଲେ । ସେମାନେ କିପରି କୋଭିଡ ଯେଷ୍ଟ ହୁଏ ସେସମ୍ପର୍କରେ ଜାଣି ନଥିବାରୁ ପଳାଇଥିବା ଜଣାପଡିଥିଲା । ଏ ସମ୍ପର୍କର କିଛି ଲୋକଙ୍କୁ ପଚାରିବାରୁ ତାଙ୍କ ଦେହରେ ଛୁଞ୍ଚି ଫୋଡିବାକୁ ସେମାନେ ଡରନ୍ତି ବୋଲି କହିଥିଲେ । ସେଥିପାଇଁ ଆମେ କୋଭିଡ ପରୀକ୍ଷା କରାଉ ନାହୁଁ । ଆଉ କିଛି ଲୋକ କହିଥିଲେ ଯେ ଯଦି ଆମର ପଜେଟିଭ ବାହାରିବ, ତେବେ ସେମାନେ ଆମକୁ କେଉଁଆଡେ ନେଇଯିବେ ସେଥିପାଇଁ ଆମେ ପରୀକ୍ଷା କରାଇବୁ ନାହୁଁ ବୋଲି କହି ଆଶ୍ରୟସ୍ତଳୀ ଛାଡି ପଳାଇଯାଇ ବିଭିନ୍ନ ଗଛମୁଳରେ ବସିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.