Home ଓଡ଼ିଶା ଯୋଡ଼ା କୋଭିଡ଼ ହସ୍ପିଟାଲରେ ୨୪ ଘଣ୍ଟିଆ ସହାୟତା କେନ୍ଦ୍ରର ଶୁଭାରମ୍ଭ, ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ...

ଯୋଡ଼ା କୋଭିଡ଼ ହସ୍ପିଟାଲରେ ୨୪ ଘଣ୍ଟିଆ ସହାୟତା କେନ୍ଦ୍ରର ଶୁଭାରମ୍ଭ, ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ଦ୍ୱାରା ପରିଚାଳିତ

58

ଯୋଡା, ୨୪ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କୋଭିଡ଼-୧୯ ରୋଗୀଙ୍କ ଦୈନନ୍ଦିନ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପରିବାରର ସଦସ୍ୟମାନଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ମଙ୍ଗଳବାର ଦିନ ଯୋଡ଼ା କୋଭିଡ ହସ୍ପିଟାଲରେ ଏକ ୨୪ ଘଣ୍ଟିଆ ସହାୟତା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ପକ୍ଷରୁ ଏହି ସହାୟତା କେନ୍ଦ୍ର ପରିଚାଳନା କରାଯିବ । ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଚିସ୍ମିତା ଦାସ ଏବଂ ହସ୍ପିଟାଲର ଅନ୍ୟ ବରିଷ୍ଠ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସହାୟତା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ଜଣେ ଡାକ୍ତରଙ୍କ ନେତ୍ୱତ୍ୱରେ ପରିଚାଳିତ ଏହି ୨୪ ଘଣ୍ଟିଆ ସହାୟତା କେନ୍ଦ୍ର, ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଯୋଗାଯୋଗରଏକ ମାଧ୍ୟମ ରୂପେ କାର‌୍ୟ୍ୟ କରିବ । ଡାକ୍ତର, ସହାୟତା କେନ୍ଦ୍ରର ଅଧିକାରୀମାନଙ୍କୁ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବାରେ ମାର୍ଗଦର୍ଶନ କରିବେ, ଯାହା ଫଳରେ ସେମାନେ କୋଭିଡ-୧୯ ରୋଗୀଙ୍କ ସ୍ଥିତି ସମ୍ପର୍କରେ ପରିବାର ସଦସ୍ୟଙ୍କୁ ଭଲ ଭାବେ ଅବଗତ କରାଇପାରିବେ । ନିୟମିତ ଭାବେ ପ୍ରତ୍ୟେକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଅପଲୋଡ଼ କରିବା ପାଇଁ ହସ୍ପିଟାଲ ନିଟକରେ ଏକ ଟାବଲେଟ୍ ରହିଥିବାବେଳେ ସହାୟତା କେନ୍ଦ୍ରରେ ମଧ୍ୟ ଏକ ଟାବଲେଟ୍ ରହିଛି, ଯାହା ସମସ୍ତ ସଂରକ୍ଷିତ ତଥ୍ୟକୁ ପ୍ରତିଫଳିତ କରିବ, ତଦନୁଯାୟୀ ସମ୍ପର୍କୀୟମାନଙ୍କୁ ରୋଗୀମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ କରାଯିବ । ଏହି ସହାୟତା କେନ୍ଦ୍ରହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହିତ ପରିବାର ସଦସ୍ୟଙ୍କୁ ଭିଡ଼ିଓ କଲିଂ ସୁବିଧା ମଧ୍ୟ ଯୋଗାଇ ଦେବ । ପରିବାର ସଦସ୍ୟମାନେ ସହାୟତା କେନ୍ଦ୍ରକୁ ଫୋନ୍ (ନିଃଶୁଳ୍ପ ନମ୍ବର-୧୮୦୦୩୧୩୪୩୬୦/ଜରୁରୀକାଳୀନ ନମ୍ବର-୭୪୪୦୦୩୭୦୦୬) କରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିପାରିବେ । ଜରୁରୀକାଳୀନ ନମ୍ବର ଏବେ କ୍ରିୟାଶୀଳ ହୋଇସାରିଥିବାବେଳେ ନିଃଶୁଳ୍କ ନମ୍ବର ଆସନ୍ତା ଗୁରୁବାରଠାରୁ କାର‌୍ୟ୍ୟକାରୀ ହେବ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷ ଏପ୍ରିଲ ମାସରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର ସହଭାଗିତାରେ ଟାଟା ଷ୍ଟିଲ ଦ୍ୱାରା ସମ୍ପୁର୍ଣ୍ଣ ରୂପେ ଅନୁଦାନପ୍ରାପ୍ତ କୋଭିଡ଼-୧୯ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା । ୫୦ଟି ଶଯ୍ୟା ବିଶିଷ୍ଟ ଏହି ହସ୍ପିିଟାଲରେ ୫ଟି ଆଇସିୟୁ ସୁବିଧା, ୫ଟି ସଂଗରୋଧ କକ୍ଷ ଓ ସଂଗରୋଧ କ୍ୟାବିନ୍ ସହିତ କୋଭିଡ଼-୧୯ ରୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକ ଉପକରଣ ଉପଲବ୍ଧ ଅଛି । ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ସାନିଟାଇଜେସନ୍ ସହାୟତା କର୍ମଚାରୀ, ହାଉସ୍‌କିପିଂ କର୍ମଚାରୀ ଏବଂଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଶାଇ ଏକ ୬୭ ଜଣିଆ ଟିମ୍ ମହାମାରୀର ମୁକାବିଲା ପାଇଁ ସକ୍ରିୟତାର ସହିତ କାର‌୍ୟ୍ୟ କରୁଛି । ରୋଗୀମାନଙ୍କୁ ଖାଦ୍ୟ ଓ ରହିବା ବ୍ୟବସ୍ଥା ସହିତ ମାଗଣା ଚିକିତ୍ସା ମଧ୍ୟ ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.