Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଧାମନଗର ପଂଚାୟତ ସମିତି ସଭା ଗୃହରେ ଜିଲ୍ଳାପାଳଙ୍କ ସମୀକ୍ଷା ବୈଠକ

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଧାମନଗର ପଂଚାୟତ ସମିତି ସଭା ଗୃହରେ ଜିଲ୍ଳାପାଳଙ୍କ ସମୀକ୍ଷା ବୈଠକ

35

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବର୍ଷା କମିଯାଇଛି କିନ୍ତୁ ବିପଦ ଆଶଙ୍କା ଟଳିନାହିଁ । କାରଣ ଏବେବି ବିଭିନ୍ନ ନଦୀ ସଂକେତ ଓ ସତର୍କ ସଂକେତ ଉପରେ ପ୍ରଭାବିତ ହେଉଛି । ଧାମନଗର ଅଂଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାପାଇଁ ଆଜି ପୂର୍ବାହ୍ନରେ ଧାମନଗର ପଂଚାୟତ ସମିତି ସଭାଗୃହ ପରିସରରେ ଭଦ୍ରକ ଜିଲ୍ଳାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଉପଜିଲ୍ଳାପାଳ ପିତାମ୍ବର ସାମଲ, ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡ଼ିଓ ତଥା ତହସିଲଦାର ଦୁର୍ଗାଚରଣ ମୁର୍ମୁ, ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା, ଏବିଡ଼ିଓ ଶର୍ମିଷ୍ଠା ମଲ୍ଳିକ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ନାୟକ, ଗୋବିନ୍ଦ ପ୍ରଧାନ, ଦୀଲ୍ଳିପ କୁମାର ପଣ୍ଡା, ବ୍ଲକ କୃଷିଅଧିକାରୀ, ରାଜସ୍ୱ ସୁପରଭାଇଜର ଇନ୍ଦ୍ରମଣୀ ମଲ୍ଳିକ, ବିଭିନ୍ନ ସର୍କଲର ରାଜସ୍ୱ ନିରୀକ୍ଷକ, ବିଭିନ୍ନ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଆଲୋଚନା କରିଥିଲେ ।

ସମ୍ଭାବ୍ୟ ବନ୍ୟା ହେଲେ ଯେ କୌଣସି ଲୋକମାନେ ଅସୁବିଧାରେ ନପଡ଼ନ୍ତି ସେନେଇ ସମସ୍ତେ ସଯାଗ ରହିବାକୁ ଜିଲ୍ଲାପାଳ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକ ପରେ ଜିଲ୍ଳାପାଳ ଓ ଉପଜିଲ୍ଳାପାଳଙ୍କ ସମେତ ବ୍ଲକ ଓ ଧାମନଗର ଜଳସେଚନ ବିଭାଗର ସହକାରୀଯନ୍ତ୍ରୀ କିଶୋର କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସହ ସମସ୍ତ ଅଧିକାରୀମାନେ ସମ୍ଭାବ୍ୟ ବନ୍ୟା ଅଂଚଳ ଦୋବଲ- ଷେଣ୍ଢପୁର, ଗାନ୍ଧିଘାଟ- ହସନାବାଦ ପ୍ରମୁଖ ଅଂଚଳ ପରିଦର୍ଶନ କରି ଜିଲ୍ଳାପାଳ ସମ୍ଭାବ୍ୟ ବନ୍ୟା ଅନୁଧ୍ୟାନ କରିଥିବା ଜଣାଯାଇଛି । ସମ୍ଭାବ୍ୟ ମୁକାବିଲା କରିବାପାଇଁ ଅଗ୍ନିଶମ ବିଭାଗ ଠାରୁ ଆରମ୍ଭ କରି ଓଡ଼୍ରାଫ ଟିମ୍ ସମେତ ବ୍ଲକର ସମସ୍ତେ ଅଧକାରୀ ସଜାଗ ଅଛନ୍ତି ବୋଲି ବିଡ଼ିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସାଂସଦଙ୍କ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ ତଥା ବରିଷ୍ଠ ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ସାଂସଦଙ୍କ ନଗର ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ନଗରସଭାପତି ସୁଶାନ୍ତ କୁମାର ରାଉତ ପ୍ରମୁଖ ସମ୍ଭାବ୍ୟ ବନ୍ୟାଅଂଚଳ ପରିଦର୍ଶନ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ଓ ଲୋକମାନଙ୍କ ଥଇଥାନ ସମ୍ପର୍କରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳ ଆଲୋଚନା କରିଥିବା ଜଣାଯାଇଛି । ରାତି ସୁଦ୍ଧା ବନ୍ୟାପାଣି ମାଡ଼ିବାକୁ ନେଇ ଲୋକଙ୍କ ଭିତରେ ଭୟ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.