Home ଜିଲ୍ଲା ପରିକ୍ରମା ପୋଲିଓ ଟୀକା ନେଇ ଶିଶୁ ମୁତ୍ୟୁ! ଅପମୃତ୍ୟୁ ମାମଲା ଋଜୁ

ପୋଲିଓ ଟୀକା ନେଇ ଶିଶୁ ମୁତ୍ୟୁ! ଅପମୃତ୍ୟୁ ମାମଲା ଋଜୁ

27

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର ଜଣେ ଛଅ ମାସ ଶିଶୁ ପୋଲିଓ ଟୀକା ନେଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଗ୍ରାମର ବିକାଶ ଜେନାର ଛଅମାସର ଶିଶୁପୁତ୍ର ଶଶିକାନ୍ତକୁ ବୁଧବାର ପୋଲିଓ ଟୀକା ଦିଆଯାଇଥିଲା । ଟୀକା ନେବା ପରେ ଶିଶୁକୁ ଜ୍ୱର ଆସିଥିଲା । ଏଥିପାଇଁ ଜ୍ୱର ଔଷଧ ସେବନ ପାଇଁ ଦିଆଯାଇଥିଲେ ମଧ୍ୟ ଜ୍ୱର ନକମିବାରୁ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ନିଆଯାଉଥିବା ବେଳେ ବାଟରେ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଶିଶୁ ଥଣ୍ଡା ଥିବା ଅବସ୍ଥାରେ ପୋଲିଓ ଟୀକା ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିନେଇ ଥାନାରେ ୧୭/୨୧ନଂ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.