Home ଜିଲ୍ଲା ପରିକ୍ରମା ବିଭିନ୍ନ ଦାବି ନେଇ ସିପିଆଇ(ଏମ୍‌) ଭଦ୍ରକର ଜିଲାପାଳଙ୍କ ଅଫିସ୍ ଘେରାଓ

ବିଭିନ୍ନ ଦାବି ନେଇ ସିପିଆଇ(ଏମ୍‌) ଭଦ୍ରକର ଜିଲାପାଳଙ୍କ ଅଫିସ୍ ଘେରାଓ

22

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶରେ ଆଜି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ପ୍ରତିବାଦ କରି ସିପିଆଇ(ଏମ୍‌) ଦଳ ପକ୍ଷରୁ ପ୍ରତିବାଦର ସ୍ୱର ଉଠିଥିବାବେଳେ ଭଦ୍ରକ ଜିଲା କମିଟି ପକ୍ଷରୁ ସଂପାଦକ ତଥା ଅଧିବକ୍ତା ଦିବ୍ୟସିଂହ ନାୟକ, ନିରଂଜନ ପାଣି, ଅଧିବକ୍ତା ରାଦା ଦାସ, ଚନ୍ଦ୍ରଶେଖର ନାୟକ, ଅଭିରାମ ବଳ, କାଳନ୍ଦୀ ପାତ୍ର, ସେକ୍ କମର, ନରହରି ବେହେରା, ସେକ୍ କାଲୁ, ଚଗୁଲୁ ମାଝୀ, ପୂର୍ଣ୍ଣ ମାଝୀ, ରବି ଜେନା, ବିନୋଦ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବନ୍ତଛକରୁ ବାହାରି ସହର ପରିକ୍ରମା କରିଥିଲା । ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା କୃଷି ଆଇନ୍‌, ଶ୍ରମିକ ବିରୋଧୀ ଶ୍ରମକୋର୍ଡ ପ୍ରତ୍ୟାହାର, ବିଦ୍ୟୁତ୍ ବିଲ୍ ୨୦୨୦ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭା ଅଧିବକ୍ତା ରାଧା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ପ୍ରହ୍ଲାଦ ପତି, ଅଭିନ୍ନ ରାୟ, ସେକ୍ ସତାରୁଦ୍ଦିନ୍‌ଙ୍କ ସମେତ ବହୁ ବକତା କେନ୍ଦ୍ର ସରକାରଙ୍କ ଜାତୀୟକରଣ ଶିଳ୍ପ ନୀତି, ଦରଦାମ -ବେକାରୀ ବୃଦ୍ଧି ଓ ଦୁର୍ନୀତି ବିରୁଦ୍ଧରେ ବକ୍ତବ୍ୟ ରଖିବା ସହ ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ ସର୍ବଭାରତୀୟ କିଷାନ ମୋର୍ଚ୍ଚା ଡାକରାରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.