Home ଓଡ଼ିଶା ସମ୍ବଲପୁର ସଦର ହସ୍ପିଟାଲ ଓ ଅଇଁଠାପାଲି ଥାନାରେ ତିନି ସଚିବ : ଅନୁଧ୍ୟାନ କଲେ ମୋ...

ସମ୍ବଲପୁର ସଦର ହସ୍ପିଟାଲ ଓ ଅଇଁଠାପାଲି ଥାନାରେ ତିନି ସଚିବ : ଅନୁଧ୍ୟାନ କଲେ ମୋ ସରକାର ଯୋଜନା

145

ସମ୍ବଲପୁର, ୦୧/୧୧ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ସଦର ହାସ୍ପାତାଲରେ ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଆଜି ତୋଫାନି ଅନୁଧ୍ୟାନ କରାଯାଇଛି। ୫ ଟି ସଚିବ ଭି କାର୍ତିକେୟନ ପାଂଡ଼ିୟାନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସଚିବ ଡ଼ା. ପ୍ରମୋଦ ମେହେର୍ଦ୍ଦା ପ୍ରମୁଖଙ୍କ ଏହ ଟିମ ଆଜି ଉପରବେଳା ହାସ୍ପାତାଲରେ ପହଂଚି ସିଧାସଳଖ ଓାର୍ଡ଼ ଏବଂ ବିଭାଗ ଗୁଡ଼ିକୁ ଯାଇଥିଲେ। ୫ ଟି ସଚିବ ଶ୍ରୀ ପାଂଡ଼ିୟାନ ଶିଶୁ ଏବଂ ଶଲ୍ୟ ବିଭାଗକୁ ଯାଇ ଚିକିତ୍ସାଧୀନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନଙ୍କ ସହିତ ଆଲୋଚନା କରିଥିଲେ। ହାସ୍ପାତାଲରେ ନିଶୁଳ୍କ ଔଷଧ, ଖାଦ୍ୟ ଏବଂ ବିଭିନ୍ନ ଡ଼ାକ୍ତରୀ ପରୀକ୍ଷାର ଉପକବ୍ଦତା ବାବଦରେ ରୋଗୀଙ୍କୁ ପଚରାଯାଇଥିଲା। ଏହି ପରିଦର୍ଶନ ସମୟରେ ଉପସ୍ତିତ ଜିଲ୍ଲାପାଳ ଶୁଭମ ସକ୍ସେନା ପରେ ସମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ସଚିବ ବୃନ୍ଦଙ୍କୁ ହାସ୍ପାତାଲର କେତେକ ଆବଶ୍ୟକତା ବାବଦରେ ସୂଚନା ପ୍ରଦାନ କରାଯାଇଛି। ଏବାବଦରେ ସରକାର ଦରକାରୀ ପଦକ୍ଷେପ ନେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ୫ ଟି ସଚିବ ପରେ ସହରର ଅଇଁଠାପାଲି ପୋଲିସ ଥାନାକୁ ଯାଇ ପରିଦର୍ଶନ କରିବା ଅବସରରେ ମୋ ସରକାର ଯୋଜନାର କାର୍ଯ୍ୟକାରୀତା ନେଇ ଅନୁଧ୍ୟାନ କରିଥିଲେ। ସେ ଥାନାରୁ ଏକ ଏତଲାକାରୀଙ୍କ ଫୋନ ନମ୍ବର ନେଇ ଥାନାର ରେସପନ୍ସ ବାବଦରେ ପଚାରିବୁଝିଥିଲେ। ଏଥି ସହିତ ଏତଲା ଗ୍ରହଣ ପଦ୍ଧତି ବାବଦରେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା। ସ୍ୱାସ୍ତ୍ୟ ବିଭାଗର ନିର୍ଦ୍ଦେଶକ, ଆରକ୍ଷୀ ଅଧିକ୍ଷକ କେ ବିଶାଳ ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ମଧ୍ୟ ଭୁବନେଶ୍ୱରରୁ ଆସିଥିବା ଟିମ ସହିତ ଯୋଗଦେଇଥିଲେ। ଦୁଇଦିନ ପୂର୍ବରୁ ସ୍ୱାସ୍ତ୍ୟ ମନ୍ତ୍ରୀ ନବ କିଶୋର ଦାସ କୁଚିଂଡ଼ା ସରକାରୀ ହାସ୍ପାତାଲକୁ ସରକାର ଯୋଗାଉଥିବା ସେବା ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏକ ଉଚ୍ଚ୍ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ୫ ଟି ଟିମ ସମ୍ବଲପୁର ସଦର ହାସ୍ପାତାଲ ଆସୁଛନ୍ତି ବୋଲି ଗତ ସପ୍ତାହକ ମଧ୍ୟରେ ଦୁଇଥର ତୟାର ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.