Home ଓଡ଼ିଶା ସମ୍ବଲପୁର ମଣ୍ଡଳରେ ବ୍ୟବସାୟ ବିକାଶ ୟୁନିଟର ଭରଚୁଆଲ ପ୍ରେସମିଟ

ସମ୍ବଲପୁର ମଣ୍ଡଳରେ ବ୍ୟବସାୟ ବିକାଶ ୟୁନିଟର ଭରଚୁଆଲ ପ୍ରେସମିଟ

90

ସମ୍ବଲପୁର, ୦୭/୮(ଓଡ଼ିଆ ପୁଅ/ସରୋଜ ସାହୁ): ଭାରତୀୟ ରେଳୱେ ବୋର୍ଡ ର ନିର୍ଦେଶ ଅନୁସାରେ ମାଳ ପରିବହନ ବ୍ୟବସ୍ଥା ର ବୃଦ୍ଧି ଉପରେ ନିରନ୍ତର ଧ୍ୟାନ ଦେବା ପାଇଁ ଗଠିତ ବ୍ୟବସାୟ ବିକାଶ ୟୁନିଟ ର ପୂର୍ବତଟ ରେଳପଥ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଏହି ବ୍ୟବସାୟ ବିକାଶ ୟୁନିଟ ର ଏକ ଭରଚୁଆଲ ପ୍ରେସ ମିଟ ଆଜି ସମ୍ବଲପୁର ସାମ୍ବାଦିକ ମାନଙ୍କୁ ନେଇ ଆୟୋଜିତ ହୋଇଛି। ଏହି ଭରଚୁଆଲ ପ୍ରେସ ମିଟ କୁ ସମ୍ବୋଧନ କରି ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ରେଳବାଇ ମାଳ ପରିବହନ ଗ୍ରାହକ ମାନଙ୍କ ଲାଭ ପାଇଁ ଉଦିଷ୍ଟ ଅଟେ। ରେଳବାଇ କ୍ରମାଗତ ଭାବରେ ଅନେକ ନୀତିଗତ ପଦକ୍ଷେପ ନେଇଛି ଏବଂ ଏହି ସମସ୍ତ ପଦକ୍ଷେପ ବାଣିଜ୍ୟ ଓ ଶିଳ୍ପ ରେ ପହଂଚିବା ଜରୁରୀ ଅଟେ। ଯାହା ଫଳରେ ରେଳବାଇ କୁ ଅଧିକ ଅତିରିକ୍ତ ଟ୍ରାଫିକ ଆକର୍ଷିତ ହେବ। ଏହା ସହିତ ଶ୍ରୀ କୁମାର ନୀତି, ପରିବହନ ଓ ସୁବିଧା ନେବାକୁ ଅପିଲ କରିଥିଲେ। ସେ ଆହୁରି ବିସ୍ତାର ଭାବରେ ଅବଲୋକନ ପୂର୍ବକ ବ୍ୟବସାୟ ବିକାଶ ୟୁନିଟ ରେ ଯେ କୌଣସି ଟ୍ରାଫିକ ପ୍ରସ୍ତାବ ଶୀଘ୍ର କାର୍ଯ୍ୟ କ୍ଷମତା ପାଇଁ ଏକ ନୋଡାଲ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ବ୍ୟବସାୟ ବିକାଶ ୟୁନିଟ ର ସଂଯୋଜକ ତଥା ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଡ଼ଃ ମିଳିନ୍ଦ ହିରୱେ ରେଳ ବାଇ ଦ୍ୱାରା ମାଳ ପରିବହନ କୁ ଦ୍ୱିଗୁଣିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଏବଂ ସେହି ସମୟରେ ରେଳବାଇ ର ଅଂଶ କୁ ସୁଦୃଢ କରିବା ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଏଲ ଭି ଏସ ଏସ ପାତ୍ରଡୁ, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଏସ ଏନ ନାୟକ, ବରିଷ୍ଠ ମଣ୍ଡଳ ଇଂଜିନିୟର ଜୟନ୍ତ କୁମାର ଖମାରି, ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ଯନ୍ତ୍ରୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.