Home ଓଡ଼ିଶା ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଗ୍ରହଣ ଓ ଶୁଣାଣି ପାଇଁ ଅନଲାଇନ ବ୍ୟବସ୍ଥା

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଗ୍ରହଣ ଓ ଶୁଣାଣି ପାଇଁ ଅନଲାଇନ ବ୍ୟବସ୍ଥା

87

ସମ୍ବଲପୁର, ୧୮/୯ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ଅଭିଯୋଗ ଓ ଆପତ୍ତି ଗୁଡ଼ିକର ତ୍ୱରୀତ ସମାଧାନ ପାଇଁ ଏକ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଜିଲ୍ଲାର ମାନେଶ୍ୱର ବ୍ଲକଠାରେ ଏହି ନୂଆ ବ୍ୟବସ୍ତାକୁ ଉଦଘାଟନ କରାଯାଇଥିଲା। ଏଥିରେ ଜଲ୍ଲାପାଳ ଶୁଭମ ସକ୍ସେନା, ଏସପି କେ ବିଶଳ ସିଂହ, ଉପ ଜିଲ୍ଲାପାଳ ଅନୁରୁଦ୍ଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୋର୍ଟାଲ ବ୍ୟବସ୍ଥା ଆଗକୁ ଅନ୍ୟ ଆଠଟି ବ୍ଲକକୁ ସମ୍ପ୍ରସାରଣ କରାଯିବ। ପୋର୍ଟାଲ ଆଧାରିତ ଅଭିଯୋଗ ପ୍ରକୋଷ୍ଟ ନାମକ ଏହି ପୋର୍ଟାଲ ଜରିଆରେ ଲୋକଙ୍କ ଦ୍ୱାରା ଅଣାଯାଉଥିବା ଅଭିଯୋଗର ସଂଗ୍ରହ ଓ ଏଗୁଡ଼ିକ ଉପରେ ସମ୍ପୃକ୍ତ ବିଭାଗ ଦ୍ୱାରା ନିଆଯାଉଥିବା ପଦକ୍ଷେପ ବାବଦରେ ସମୟ ସଂଚୟ ହେବା ସହିତ ପାରଦର୍ଶିତା ଆସିପାରିବ। ଏଥିରେ ଅଭିଯୋଗକାରୀ ତାଙ୍କ ଦରଖାସ୍ତ ବାବଦରେ ୟୁଜର୍ସ ନମ୍ବର ପାଇପାରବେ। ଯାହାକି ଆଗକୁ ଅଭିଯୋଗର ସମାଧାନ ନେଇ ଅନୁସରଣ କରିପାରିବେ। ସେହିଭଳି କାଗଜ ବ୍ୟବହାର, ଲୋକଙ୍କୁ ଜିଲ୍ଲାପଳ କିମ୍ବା ଅନ୍ୟ କୌଣସି ଦପ୍ତରରୁ ଅନଲାଇନ ବିଭାଗର କାର୍ଯ୍ୟଳୟକୁ ଦୌଡ଼ିବାକୁ ପଡ଼ିବାକୁ ପଡ଼ିବନାହିଁ। ପ୍ରତି ସୋମବାର ଦିନ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ ପୂର୍ବରୁ ପୋର୍ଟାଲରେ ଥିବା ଅଭିଯୋଗ ଗୁଡ଼ିକର ସ୍ଥିତି ବାବଦରେ ସମୀକ୍ଷା କରାଯିବ। ଏହ ଦ୍ୱାରା ଆପତ୍ତି ଅଭିଯୋଗମାନଙ୍କର ଫଇସଲା ନେଇ ସୂଚନା ପ୍ରାପ୍ତିକୁ ସୁନିଶ୍ଚିତ କରାଯାଇପରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବିଭିନ୍ନ ବିଭାଗ ସକାଶେ ଅଭିଯୋଗ ଗୁଡ଼ିକୁ ଭାଗ କରାଯାଇଛି। ଏଥିରେ ସମ୍ପୃକ୍ତ ବିଭାଗ ପକ୍ଷରୁ ୧-୨ ଦିନ, ୫-୭ ଦିନ ଏବଂ ୧୫-୨୦ ଦିନ ମଧ୍ୟରେ ସମସ୍ୟା ଅନୁଯାୟୀ ପ୍ରତିକାର କରିବେ ବୋଲି ଧାର୍ଯ୍ୟ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଶ୍ରମଦାନ କଲେ କେନ୍ଦ୍ର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.