Home ଓଡ଼ିଶା ସମ୍ବଲପୁର ଜିଲ୍ଲାର ମହିଳା ସ୍ୱୟଂ ସହାୟକ ମାନଙ୍କୁ ପରିବା ଓ ଛତୁ ଚାଷ ରେ ସାମିଲ...

ସମ୍ବଲପୁର ଜିଲ୍ଲାର ମହିଳା ସ୍ୱୟଂ ସହାୟକ ମାନଙ୍କୁ ପରିବା ଓ ଛତୁ ଚାଷ ରେ ସାମିଲ କରାଯିବ

124

ସମ୍ବଲପୁର, ୨୪/୬ (ଓଡ଼ିଆ ପୁଅ) ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟା ମାନଙ୍କୁ ଆର୍ଥୀକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛତୁ ଚାଷକୁ ପ୍ରୋତ୍ସାହନ ଦିଆଯିବ। ଆଗରୁ ବିଭନ୍ନ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟା ଙ୍କୁ ମହୁମାଛି ଚାଷ ବାବଦରେ ସଫଲତାର ସହିତ ତାଲିମ ଓ ଉପାର୍ଜିତ ଦ୍ରବ୍ୟର ବଜାର ସୁବିଧା ପ୍ରଦାନ କରାଯାଇଛି। ଏହାବାଦ ଏବେ ଛତୁ ଚାଷ କୁ ଯୋଜନାରେ ସାମିଲ କରାଯାଇଛି। ଏଥିରେ ପନିପରିବା ଓ ଛତୁ ଚାଷ ପାଇଁ ମହିଳା ମାନଙ୍କୁ ତାଲମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୨୨୦ ଜଣ ମହିିିିିିଳାଙ୍କୁ ଚିହ୍ନଟ କରଯାଇଛି। ମହିଳା ଓ ମିଶନ ଶକ୍ତି ବିଭାଗ ଜରିଆରେ ଏମାନେ ଚିହ୍ନଟ ହୋଇଛନ୍ତି ବୋଲି ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ରଞନ କୁମାର ଦାଶମହାପାତ୍ର ସୂଚନା ଦେଇଛନ୍ତି। ଏମାନଙ୍କୁ ଆବଶ୍ୟକୀୟ ତାଲିମ ପରେ ଚାଷ ସକାଶେ ଆର୍ଥକ ସହାୟତା ପ୍ରଦାନ କରାଯିବ। ୧୪୦ ଜଣ ପରିବା ଓ ଅନ୍ୟମାନେ ଛତୁ ଚାଷ କରିବେ। ବିଭାଗ ଉପାର୍ଜିତ ପରିବା ଓ ଛତୁ ପାଇଁ ବଜାର ସୁବିଧା ଯୋଗାଇ ଦେବ। ଯୋଜନା ସପଳ ହେଲେ ଏହି କାର୍ଯ୍ୟକ୍ରମକୁ ଅନ୍ୟ ବ୍ଲକକୁ ସମ୍ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହି ଭଳି ବିଭାଗ ପକ୍ଷରୁ ବାମରା ବ୍ଲକରେ ପାଂଚ ହଜାର ଟନ ବିଶିଷ୍ଟ ଶିତଳ ଭଂଡ଼ାର ନିର୍ମାଣ କରାଯିବ। ତେବେ ଜୁଜୁମୁରା ବ୍ଲକର ଗୌଡ଼ପାଲି ଠାରେ ନିର୍ମାଣାଧୀନ ଶୀତଳ ଭଂଡ଼ାର କାର୍ଯ୍ୟକ୍ଷମ ହେଲେ ବାମରା ପ୍ରକଳ୍ପ ନିର୍ମାଣ କରାଯିବ। ଚଳିତ ଖରିଫ ଋତୁରେ ଜିଲ୍ଲାରେ ଆମ୍ବ, ପିଜୁଳି, ଲିଚୁ, କାଜୁ ପ୍ରଭୃତି ଚାରା ବ୍ୟାପକ ଭାବରେ ରୋପଣ କରାଯିବ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ବିନା ସୁଧରେ ତିନି ଲକ୍ଷ ପର୍ଯ୍ୟନ୍ତ ଋଣ ଦେବା ପାଇଁ ଘୋଷଣା କରିଛନ୍ତି। ବିଭାଗ ବର୍ଷର ବିଭିନ୍ନ ସମୟରେ ଜିଲ୍ଲାର ଚାଷୀ ମାନଙ୍କୁ ଫଳ ଚାଷ ପାଇଁ ଉତ୍ସାହିତ କରି ସେମାନଙ୍କ ଆୟ ବୃଦ୍ଦିରେ ନିୟୋଜିତ କରୁଥିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.