Home ଓଡ଼ିଶା ବିଧାୟକ ଦଳ ନେତା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଘୋଷଣା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ବିଧାୟକ ଦଳ ନେତା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଘୋଷଣା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

104

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୩/୦୬ (ଓଡ଼ିଆ ପୁଅ) : ଆଜି ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ। ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ବିଜେପି ବିଧାୟକ ଦଳ ପ୍ରସ୍ତାବକୁ ଘୋଷଣା କରିବେ ବୋଲି ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଚଳଚଂଚଳ, ଦକ୍ଷ ଏବଂ ସକ୍ଷମ ନେତୃତ୍ୱକୁ ବିଧାୟକ ଦଳ ନେତା ଭାବେ ଦାୟୀତ୍ୱ ଦିଆଯିବ। ବିଧାୟକ ଦଳ ନେତା ଆଗାମୀ ଦିନରେ ବିଧାନସଭାରେ ବିରୋଧୀ ଦଳର ନେତାର ଭୂମିକା ନେବେ। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବରେ ଭାରତୀୟ ଜନତା ପାର୍ଟିକୁ ଓଡିଶାବାସୀ ଯେଉଁ ଦାୟୀତ୍ୱ ଦେଇଛନ୍ତି ତାହାକୁ ଦଳ ସୁଚାର ରୂପେ ତୁଲାଇବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଏହି ବୈଠକରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଢଙ୍ଗୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସାଂସଦ ସୁଶ୍ରୀ ସରୋଜ ପାଣ୍ଡେ, ରଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.