Home ଓଡ଼ିଶା ସମ୍ବଲପୁର ଜ଼ିଲ୍ଲାରେ ବେକାବୁ ହେଉଛି କରୋନା : ୧୧ ଜଣ କରୋନା ଯୋଦ୍ଧା, ଜଣେ ଶିଶୁ...

ସମ୍ବଲପୁର ଜ଼ିଲ୍ଲାରେ ବେକାବୁ ହେଉଛି କରୋନା : ୧୧ ଜଣ କରୋନା ଯୋଦ୍ଧା, ଜଣେ ଶିଶୁ ସମେତ ଦିନକରେ ସର୍ବାଧିକ ୨୦ ଜଣ ପଜିଟିଭ ଚିହ୍ନଟ- ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬

157

ସମ୍ବଲପୁର, ୧୮-୭ (ଓଡ଼ିଆ ପୁଅ/ସରୋଜ ସାହୁ): ସାରା ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେ ଦିନ କୁ ଦିନ ଏହାର ସଂକ୍ରମଣ ବେକାବୁ ହେଉଛି। ଆଜି ୧୧ ଜଣ କରୋନା ଯୋଦ୍ଧା, ଜଣେ ଶିଶୁ ସମେତ ଦିନକରେ ସର୍ବାଧିକ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ରେ କରୋନା ଚି଼ହ୍ନଟ ହେବାର ଦୀର୍ଘ ୨ ମାସ ପରେ ମେ ୧୭ ତାରିଖ ସମ୍ବଲପୁର ଜ଼ିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ରେଢ଼ାଖୋଲ ବ୍ଲକର ଲୁହାପଙ୍କ ପଂଚାୟତ ହାଇ ସ୍କୁଲରେ ଥିବା କ୍ଵାରେନଟାଇନ ସେଣ୍ଟର ରୁ ଚି଼ହ୍ନଟ କରାଯାଇଥିଲା। ଜ଼ିଲ୍ଲା ରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ୨୦ ଜଣ ଆକ୍ରାନ୍ତ ଚି଼ହ୍ନଟ ପାଇଁ ଦୀର୍ଘ ୨୭ ଦିନ ଲାଗିଥିଲା। ମାତ୍ର, ଆଜି ଦିନକ ରେ ସମ୍ବଲପୁର ରୁ ପୁଣି ନୂଆ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି। ଧୀରେ ଧୀରେ ଜ଼ିଲ୍ଲା ରେ କରୋନା ସଂକ୍ରମଣ ବେକାବୁ ହେଉଛି। ଆଜି ଦିନକ ରେ ସର୍ବାଧିକ ୨୦ ଜଣ ପୋଜିଟିଭ ଚି଼ହ୍ନଟ ଫଳରେ ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା ଏବେ ୧୫୬ ରେ ପହଂଚିଛି।

ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ ୧୧ ଜଣ କରୋନା ଯୋଦ୍ଧା ରହିଛନ୍ତି। ଚି଼ହ୍ନଟ ମଧ୍ୟରେ ଜଣେ ୧୪ ମାସ ର ଶିଶୁ ମଧ୍ୟ ରହିଛି। ଚି଼ହ୍ନଟ କରୋନା ଯୋଦ୍ଧା ମାନଙ୍କ ମଧ୍ୟରେ ୭ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ ରହିଛନ୍ତି। କରୋନା ଯୋଦ୍ଧା ସମସ୍ତ ଙ୍କ ବୟସ ଯଥା କ୍ରମେ ୩୨ (ମହିଳା ), ୫୯ (ମହିଳା ), ୫୧ (ମହିଳା ), ୨୯ (ମହିଳା ), ୩୩ (ମହିଳା ), ୩୮ (ମହିଳା ), ୩୧ (ମହିଳା ), ୪୮ (ପୁରୁଷ), ୫୫( ପୁରୁଷ), ୫୮ ( ପୁରୁଷ), ୨୩ ( ପୁରୁଷ)। ଆଜି କରୋନା ପୋଜିଟିଭ ଚି଼ହ୍ନଟ ୧୧ ଜଣ କରୋନା ଯୋଦ୍ଧା ଙ୍କ ବ୍ୟତିତ ରେଢ଼ାଖୋଲ ରୁ ୬ ଜଣ, କୁଚିଣ୍ଡା ରୁ ୧ ଜଣ, ଏବଂ ସମ୍ବଲପୁର ମହାନଗର ନିଗମ ଅଂଚଳରୁ ୨ ଜଣ ଚି଼ହ୍ନଟ ହୋଇଛନ୍ତି। ସମସ୍ତ ୨୦ ଜଣ ସଂକ୍ରମିତ କେଶ ବୋଲି ଜଣା ପଡିଛି। କୁଚିଣ୍ଡା ରୁ ଚି଼ହ୍ନଟ ଜଣକ ୨୬ ବର୍ଷ ମହିଳା ରହିଥିବା ବେଳେ ମହାନଗର ନିଗମ ଅଂଚଳ ରୁ ଚି଼ହ୍ନଟ ଜଣେ ଅଇଁଠାପାଲି ର ୩୦ (ପୁରୁଷ) ଏବଂ ଅନ୍ୟ ଜଣକ ବୁଢାରଜା ଅଂଚଳ ର ୩୬ ବର୍ଷ ପୁରୁଷ ରହିଛନ୍ତି। ରେଢ଼ାଖୋଲ ବ୍ଲକ ରୁ ଚି଼ହ୍ନଟ ୬ ଜଣଙ୍କ ମଧ୍ୟରେ ଜଣେ ୧୪ ମାସ ର ଶିଶୁ ପୁତ୍ର ରହିଥିବା ବେଳେ ଅନ୍ୟ ମାନଙ୍କ ବୟସ ୨୫(ମହିଳା ), ୮୦ (ମହିଳା ), ୭୮ (ପୁରୁଷ), ୪୩ (ପୁରୁଷ) ଏବଂ ୩୮(ପୁରୁଷ)।

ତେବେ କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ ଙ୍କୁ ଆଜି କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୋଟିଏ ଦିନରେ ୨୦ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଆଜି ଜ଼ିଲ୍ଲା ରେ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.