Home କେନ୍ଦୁଝର ମୋରମ ଖାଣିଆଁରେ ଭାଷୁଛି ନିଖୋଜ ବ୍ୟକ୍ତିଙ୍କ ଶବ

ମୋରମ ଖାଣିଆଁରେ ଭାଷୁଛି ନିଖୋଜ ବ୍ୟକ୍ତିଙ୍କ ଶବ

130

ହାଟଡିହି ୧୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତକାଲିଠାରୁ ନିଖୋଜ ଥିବା ଢ଼େଙ୍କା ହାଟସାହିର ଜଣେ ବ୍ୟକ୍ତିଙ୍କ ଶବକୁ ଆଜି ନିକଟସ୍ଥ ମୋରମ ଖାଣିଆରୁ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଢ଼େଙ୍କା ହାଟସାହିର ମକରା ମାଝୀ (୪୮)ନାମକ ଜଣେ ବ୍ୟକ୍ତି ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଗତକାଲି ଠାରୁ ନିଖୋଜ ଥିଲେ । ଆଜି ସନ୍ଧ୍ୟାରେ ନିକଟସ୍ଥ ଏକ ପାଣିଭର୍ତ୍ତି ମୋରମ ଖାଣିଆଁରେ ତାଙ୍କ ଶବ ଭାଷୁଥିବା ଦେଖିଥିଲେ । ଏହି ମୋରମ ଖାଣିଆ ଗୁଡିକରେ କୌଣସି ସୁରକ୍ଷା ବାଡା ନଥବବାରୁ ଶୌଚପାଇଁ ଯାଇଥିବାବେଳେ ପାଣିରେ ପଡିଯାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.