Home ଜିଲ୍ଲା ପରିକ୍ରମା ସମ୍ବଲପୁରରେ ହିନ୍ଦୁ ସମାଜ ଉପରେ ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ସମ୍ବଲପୁରରେ ହିନ୍ଦୁ ସମାଜ ଉପରେ ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

52

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ବଲପୁରରେ ଗତ ୧୪ ତାରିଖ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଓ ହିଂସାକାଣ୍ଡରେ ଜଣେ ହିନ୍ଦୁ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ଭଦ୍ରକ ଜିଲା ତିହିଡ଼ି ବ୍ଲକର ହିନ୍ଦୁ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ମଙ୍ଗଳବାର ହିନ୍ଦୁ ସମାଜ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରି ବିଡିଓ ଜ୍ୟୋତିର୍ମୟ କରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଭାଟପଡ଼ା ତାରିଣୀ ପୀଠରୁ ବାହାରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ôଚ ଥିଲା । ଏହି ଶୋଭାଯାତ୍ରାରେ କିଶୋର କୁମାର ନାୟକ, ତପନ କୁମାର ମିଶ୍ର, ଚିନ୍ମୟ କୁମାର ଜେନା, ଭୁବନାନନ୍ଦ ମିଶ୍ର, ଭାଗିରଥି ପାଣିଗ୍ରାହୀ, ଜୟପ୍ରକାଶ ପତି, ପିଙ୍କୁନ କୁମାର ମଲ୍ଲିକ, ଚକ୍ରଧର ମଲ୍ଲିକ, ହରିହର ବେହେରା, ଜଗନ୍ନାଥ ଗାହାଣ, ଦୀପକ ରାଉତ, କେଶବ କୁମାର ବଳ, ଅଞ୍ଜନ କୁମାର ମହାନ୍ତି, ସୁଶାନ୍ତ ପାଢ଼ୀ, ସୁଶାନ୍ତ କୁମାର ସାହୁ, ବିଶ୍ୱଭୂଷଣ ମଲ୍ଲିକ ପ୍ରମୁଖ ବହୁ ହିନ୍ଦୁ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.