Home ଓଡ଼ିଶା ସମ୍ବଲପୁରରେ ବେଆଇନ ନମ୍ବର ପ୍ଲେଟ ଉପରେ ପୋଲିସର ଚଢାଉ

ସମ୍ବଲପୁରରେ ବେଆଇନ ନମ୍ବର ପ୍ଲେଟ ଉପରେ ପୋଲିସର ଚଢାଉ

507

ସମ୍ବଲପୁର, – ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ସହରରେ ବେଆଇନ ନମ୍ବର ପ୍ଲେଟ ଲଗାଇ ବାଇକ ଚଲାଉଥିବା ଚାଳକ ମାନଙ୍କ ବିରୁଦ୍ଧରେ ପୋଲିସ କଡ଼ା ଆଭିମୁଖ୍ୟ ଆରମ୍ଭ କରିଛି। ଏହି କ୍ରମରେ ପୋଲିସ ସହରର ବିଭିନ୍ନ ଜାଗାରେ ଅଚାନକ ଯାଂଚ କରୁଛି। ଅପରାଧୀମାନେ ନିଜର ପରିଚୟ ଲୁଚାଇବା ପାଇଁ ବେନିୟମ ଓ ଅନୁପଯୁକ୍ତ ନମ୍ବର ପ୍ଲେଟ ଲାଗିଥିବା ବାଇକ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଟାନ ନିଆଯାଇ ବହୁ ସଂଖ୍ୟକ ନମ୍ବର ପ୍ଲେଟ ଜବତ କରାଯାଇଛି। ଏପରିକି ପକେଟ ମାର ଓ ଚେନ ଚୋରୀ ବେଳେ ଫେନ୍ସି ନମ୍ବର ପ୍ଲେଟ ଯୋଗୁଁ ଅଭିଯୁକ୍ତମାନଙ୍କ ବାଇକ ଚିହ୍ନଟ ଓ ସମ୍ପୃକ୍ତ ଅପରାଧୀମାନଙ୍କୁ ଧରାଯାଇ ପାରୁନଥିଲା। ଅନ୍ୟ ପକ୍ଷରେ ସହରରେ ଅପରାଧ ନିୟନ୍ତ୍ରଣ ଓ ଦୃତ ବେପାରୁଆ ଗାଡ଼ି ଚାଲନାକୁ ରୋକିବା ସକାଶେ ପୋଲିସ ଦ୍ୱାରା ଷୋହଳଟି ଛକ ଓ ଜାଗାରେ ସିସିଟିଭି ଲଗାଯାଇଛି। ହେଲେ ଏଥିରେ ଫେନ୍ସି ନମ୍ବର ପ୍ଲେଟ ଜାଣିବାରେ ଅସୁବିଧା ହେଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.