Home ଜିଲ୍ଲା ପରିକ୍ରମା ସମ୍ବର୍ଦ୍ଧନା ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ

ସମ୍ବର୍ଦ୍ଧନା ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ

31

ନୟାଗଡ଼, ୩୧ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଶରଣକୁଳ ଅଡିଟୋରିୟମଠାରେ ଓଡ଼ଗାଁ ବ୍ଳକ ସମ୍ବର୍ଦ୍ଧନା ପରିବାର ପକ୍ଷରୁ ଏକ ଜିଲାସ୍ତରୀୟ ସମ୍ବର୍ଦ୍ଧନା ଓ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନିରକାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ପ୍ରାକ୍ତନ ଅଧ୍ୟାପକ ଡ.ବେଣୁଧର ଦାସ, ମୁଖ୍ୟବକ୍ତାଭାବେ ମୃତ୍ୟୁଞ୍ଜୟ ରଥ, ଓଡ଼ିଶା ସାହିତ୍ୟ ଏକାଡେମୀ ନୟାଗଡ଼ ସଦସ୍ୟ ଅଶୋକ ନାୟକ, ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଦାଶ ଅତିଥିଭାବେ ଯୋଗଦେଇ ଜିଲାର ବିଭିନ୍ନ କ୍ଷେତ୍ରରେ ରୂଚି ରଖିଥିବା ବହୁ ପ୍ରତିଭୂଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରରେ କଣ୍ଠଶିଳ୍ପୀ ତଥା ଚିତ୍ରଶିଳ୍ପୀ ପ୍ରଶାନ୍ତ କୁମାର ଦାସଙ୍କୁ ସମ୍ବର୍ଦ୍ଧନା ବିବିଧ ସମ୍ମାନରେ ସମ୍ମାନୀତ କରାଯାଇଥିଲାବେଳେ ନୃତ୍ୟଶିଳ୍ପୀ ଶାରଦା ଭାରତୀଙ୍କୁ କଳା ସମ୍ମାନରେ ସମ୍ମାନୀତ କରାଯିବା ସହ ୭ଜଚ୍ଚଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.