Home Top News ନୟାଗଡ଼ରେ ୬ ବ୍ରିଟେନ ଫେରନ୍ତା, ସମସ୍ତେ କରୋନା ନେଗେଟିଭ୍‌

ନୟାଗଡ଼ରେ ୬ ବ୍ରିଟେନ ଫେରନ୍ତା, ସମସ୍ତେ କରୋନା ନେଗେଟିଭ୍‌

37

ନୟାଗଡ଼, ୩୧ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବ୍ରିଟେନରେ କରୋନା ଆତଙ୍କ ଖେଳେଇଛି। ଏହି ପରିପ୍ରେକ୍ଷିରେ ନୟାଗଡ଼ ଜିଲାକୁ ଫେରିଥିବା ୬ ଜଣ ବ୍ରିଟେନ ଫେରନ୍ତାକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଥିବାବେଳେ ସେମାନଙ୍କ ସ୍ୱାବ ଟେଷ୍ଟ କରାଇବା ପରେ ସମସ୍ତେ ନେଗେଟିଭ୍ ଥିବା ଜଣାପଡ଼ିଛି। ଓଡ଼ଗାଁ ବ୍ଳକ ଭିକାରିପଡ଼ାର ୨ଜଣ, ନୂଆଗାଁ ବ୍ଳକ ଦୁର୍ଦ୍ଦୁରା ଗ୍ରାମର ୩ଜଣ ଏବଂ ନୟାଗଡ଼ ବ୍ଳକ କ୍ରିଦାଶପୁର ଗ୍ରାମର ଜଣେ ବ୍ୟକ୍ତି ବ୍ରିଟେନରୁ ଫେରିଛନ୍ତି। କରୋନା କଟକଣା ଯୋଗୁଁ ସେମାନେ ବ୍ରିଟେନରୁ ଭାରତକୁ ଫେରି ପାରିନଥିବାବେଳେ ଏବେ ଏମାନେ ନିଜ ନିଜ ଗ୍ରାମକୁ ଫେରିଛନ୍ତି। ସମସ୍ତେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିବାବେଳେ ବିମାନବନ୍ଦର କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ଅବଗର କରାଯାଇଥିଲା। ଜିଲା ସ୍ୱାସ୍ଥ୍ୟ ବିଭାଗ ସେମୋନଙ୍କ ନିକଟରେ ପହଂଚି ସେମାନଙ୍କ ସ୍ୱାବ ପରୀକ୍ଷା କରିବା ପରେ ସେମାନେ ସମସ୍ତେ କରୋନା ନେଗେଟିଭ୍ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.