Home Top News ନୂଆବର୍ଷକୁ ଦୃଷ୍ଟିରେ ରଖି ପୁରୀରେ ୧୪୪ ଧାରା ଏବଂ ରାତ୍ରୀକାଳୀନ କର୍ଫ୍ୟୁ

ନୂଆବର୍ଷକୁ ଦୃଷ୍ଟିରେ ରଖି ପୁରୀରେ ୧୪୪ ଧାରା ଏବଂ ରାତ୍ରୀକାଳୀନ କର୍ଫ୍ୟୁ

139

ପୁରୀ ୩୧-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନୂଆବର୍ଷକୁ ଦୃଷ୍ଟିରେ ରଖି ପୁରୀରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ। ଏହା ସହ ପୁରୀ ସହର ଓ ଜିଲ୍ଲାରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ଗତିବିଧି ଉପରେ କଡା କଟକଣା ଲଗାଯାଇଛି। ଆଜି ରାତି ୧୦ଟାରୁ ଆସନ୍ତାକାଲି ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଓ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସମସ୍ତେ ଘରେ ରହିବା ପାଇ ପୁରୀ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ନୂଆବର୍ଷ ଅବସରରେ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସମୁଦ୍ର ବେଳାଭୂମିରେ କୋଭିଡ୍ କଟକଣାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ଏସପି। ସେହିପରି ସମୁଦ୍ରକୂଳ, ବଡଦାଣ୍ଡ ଓ ପ୍ରମୁଖ ସ୍ଥାନ ଗୁଡିକରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.