Home ଜିଲ୍ଲା ପରିକ୍ରମା ସମୁଦ୍ର ଭିତରକୁ ଯିବାକୁ ନାହିଁ ସୁରକ୍ଷା

ସମୁଦ୍ର ଭିତରକୁ ଯିବାକୁ ନାହିଁ ସୁରକ୍ଷା

53

ବାହାନଗା,୨୬ା୨(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସହାପୁର ପଞ୍ଚାୟତ ମାଝୀସାହିର ଜଣେ ମତ୍ସଜୀବୀ ରଙ୍ଗଲାଲ ମାଝୀ ସୋମବାର ରାତି ୪ଟାରେ ଅରୁଣ ମାଝୀଙ୍କ ଯନ୍ତ୍ର ଚାଲିତ ଡଙ୍ଗାରେ ଗଭୀର ସମୁଦ୍ରକୁ ଯାଇ ମାଛ ମାରିବା ସମୟରେ ଡଙ୍ଗାରୁ ଖସି ପଡ଼ି ନିଖୋଜ ଥିଲେ । ଦୁଇ ଦିନ ପରେ ଅନ୍ୟ ମତ୍ସଜିବୀ ମାନେ ମାଛ ମ।।ରିବାକୁ ଯାଇଥିବା ବେଳେ ତାଙ୍କ ଜାଲରେ ଲାଗିଥିଲା । ଫଳରେ ସେମାନେ କୁଳକୁ ଆଣି ତାକୁ ଚିହ୍ନଟ କରଇଥିଲେ । ଏହି ମୃତ୍ୟୁ ପ୍ରତିବାଦରେ ମତ୍ସଜୀବୀ ମାନେ ଅଭିଯୋଗ ଆଣିଛନ୍ତି କି ସମୁଦ୍ରକୁ ଯିବାକୁ ସୁରକ୍ଷା ବ୍ୟବସ୍ଥା ନାହିଁ । ଜୀବନକୁ ବାଜି ଲଗାଇ ସମୁଦ୍ରକୁ ଯାଉଛୁ କିନ୍ତୁ ଡଙ୍ଗା ମାଲିକ କିମ୍ବା ସରକାର କୌଣସି ସୁରକ୍ଷା ବ୍ୟବସ୍ଥା କଥା ଧ୍ୟାନ ଦେଉ ନାହାନ୍ତି । ଯଦିଓ ଲାଇଭ ଜ୍ୟାକେଟ ସଙ୍ଗରେ ନେଇ ସମୁଦ୍ର ଭିତରକୁ ଗଲେ କିଛି ଘଣ୍ଟା ସୁରକ୍ଷାରେ ରହିବେ ମତ୍ସ ଜୀବୀ । କିନ୍ତୁ ତା ପ୍ରତି ବଦଳରେ ସରକାରଙ୍କ ତରଫରୁ ୮ଶହ ଟଙ୍କା ମାଗୁଥିବାର ଅଭିଯୋଗ ଆଣିଛନ୍ତି ମତ୍ସଜୀବୀ । ସୁରକ୍ଷା ପ୍ରତିବାଦରେ ବରଜଦେଉଳି ଜେଠିରୁ କେହି ମତ୍ସଜୀବୀ ମାଛ ଧରିବାକୁ ଯାଉ ନଥିବାର ଦେଖା ଯାଇଛି । ଏ ବାବଦରେ ସହକାରୀ ମତ୍ସ ଅଧିକାରୀ ଗୋପାଳପୁର ଅନନ୍ତ ନାରାୟଣ ଜେନାଙ୍କୁ ପଚାରିବାରୁ ସେ ଲାଇଭ ଜାକେଟ ନେଇ ସମୁଦ୍ରକୁ ଯିବା ନହାତି ଆବଶ୍ୟକ । ତାଛଡ଼ା ହୁଇସିଲ , ଫାଙ୍କା ଡ୍ରମ ଡଙ୍ଗାରେ ନେଇ ଯିବା ନିହାତି ଦରକାର । ଆଗାମୀ ଦିନରେ ଲାଇସେନ୍ସ ସହ ଏହି ସବୁ ଜିନିଷ କଡ଼ା କଡ଼ି ଭାବେ ତଦାରଖ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.