Home ଜିଲ୍ଲା ପରିକ୍ରମା ବ୍ୟବସାୟ ବନ୍ଦ : ବନ୍ଦ ରହିଲା ସବୁ ଦୋକାନ

ବ୍ୟବସାୟ ବନ୍ଦ : ବନ୍ଦ ରହିଲା ସବୁ ଦୋକାନ

39

ବାହାନଗା,୨୬ ।୨(ଭାରତୀ ଦାସ/ ଓଡ଼ିଆ ପୁଅ) କେନ୍ଦ୍ର ଓ ରାଜ୍ୟ ବ୍ୟବସାୟୀ ସଂଘ ବନ୍ଦ ଡାକରାରେ ବନ୍ଦ ରହିଲା ବ୍ୟବସାୟ ସହ ସବୁ ଦୋକାନ ବଜାର ବନ୍ଦ ହୋଇ ଥିବାର ପରି ଲକ୍ଷିତ ହୋଇଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଓ ଅନ୍ୟ ବଜାରରେ ବନ୍ଦ ଡାକରାରେ ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ସବୁ ପ୍ରକାର ବ୍ୟବସାୟ ବନ୍ଦ ରହିଥିବାର ଜଣାପଡ଼ିଛି । ଜିଏସଟି, ତେଲଦର ବୃଦ୍ଧି , ୱେ-ବିଲ ପ୍ରଭୃତି ସମସ୍ୟା ନେଇ ଟ୍ରେଡ ୟୁନିଅନ ବନ୍ଦ ଡାକରା ଦେଇଥିବା ବେଳେ ବ୍ୟବସାୟୀ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ କରି ଶୁକ୍ରବାର ବ୍ଲକରେ ବିଭିନ୍ନ ବଜାର ମାନଙ୍କରେ ମଧ୍ୟ ସମସ୍ତ ଦୋକାନ ବନ୍ଦ ରଖି ଥିବାର ଦେଖା ଯାଇଥିଲା । ଏହି ବନ୍ଦକୁ ବ୍ୟବସାୟୀ ମାନେ ବିନା ଆପତ୍ତିରେ ନିଜ ତରଫରୁ ବନ୍ଦ କରି ପ୍ରତିବାଦ କରିଥିଲେ । ଯାତ୍ରୀ ବାହୀ ବସ କୁ ଛାଡ଼ି ଅନ୍ୟାନ୍ୟ ଗାଡ଼ି ଚଳା ଚଳ ସ୍ୱଭାବିକ ଥିବାର ଦେଖା ଯାଇଛି । ଏହା ପାଇଁ ବିଭିନ୍ନ ଛକ ମାନଙ୍କରେ ପୋଲିସ ମୃତୟନ ହୋଇଥିବାର ଦେଖା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.