Home ଜିଲ୍ଲା ପରିକ୍ରମା ସମୁଦ୍ରରେ ଖସିଲା ଟାର୍ଗେଟ ରକେଟ : ମତ୍ସଜୀବୀଙ୍କ ଦ୍ୱାରା ଉଦ୍ଧାର

ସମୁଦ୍ରରେ ଖସିଲା ଟାର୍ଗେଟ ରକେଟ : ମତ୍ସଜୀବୀଙ୍କ ଦ୍ୱାରା ଉଦ୍ଧାର

93

ବାହାନଗା,୦୫ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଞ୍ଚୁବିଶା ଅବତରଣ କେନ୍ଦ୍ରରେ ଏକ ଟାର୍ଗେଟ ରକେଟ ଖସି ପଡ଼ିଥିବା ବେଳେ ମାଛ ଧରିବାକୁ ଯାଇଥିବା ମତ୍ସଜୀବୀ ମାନେ ପାଇ କୁଳକୁ ଆଣି ଥିବାର ଦେଖା ଯାଇଛି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଖରାସାହାପୁର ମାଝି ସାହିର ରଞ୍ଜିତ କୁମାର ମାଝି ଓ ତାଙ୍କ ସହଯୋଗୀ ମୋଟ ୮ଜଣ ମତ୍ସଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇ ଜାଲ ବିଛାଇ ଥିବା ବେଳେ ମତ୍ସଜୀବୀଙ୍କ ଜାଲରେ ଲାଗି ଥିଲା । ଫଳରେ ସେମାନେ ଡଙ୍ଗା ସାହାଯ୍ୟରେ ଟାଣି କୂଳକୁ ଆଣି ଥିବାର ଦେଖା ଯାଇଥିଲା । ଏହାକୁ ଦେଖିବା ପାଇଁ ଶହ ଶହ ଲୋକେ ରୁଣ୍ଡ ହୋଇ ଥିବାର ଦେଖା ଯାଇଥିଲା । ପୂର୍ବରୁ ମଧ୍ୟ ଏକ ଟାର୍ଗେଟ ରକେକଟ ଜାମୁକା ମୁହାଣରେ ପଡ଼ିଥିଲା । ତାଳପଦାର ମତ୍ସ ଜୀବୀ କୂଳକୁ ଆଣିବା ପରେ ଚାନ୍ଦିପୁର ଅଇଟିଆର ପପକ୍ଷରୁ ଆସି ନେଇ ଯାଇଥିଲେ । ସେହି ପରି ଏହା ଚାନ୍ଦିପୁର ଆଇଟିଆର ପକ୍ଷରୁ ପରୀକ୍ଷା କରୁଥିବାର ଜଣାପଡ଼ିଛି । ମତ୍ସଜୀବୀ ମାନେ ମତ୍ସଅଧିକାରୀଙ୍କ ମାଧ୍ୟମରେ ଚାନ୍ଦିପୁର ଆଇଟିଆରକୁ ଖବର ଦେଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.