Home ଜିଲ୍ଲା ପରିକ୍ରମା ସମାଜ ପାଇଁ ଉଦାହରଣ ଯୁବ ଇଞ୍ଜିନିୟର-ଉଦୟ, ୨୨ ଏକର ଜମିରେ କରିଛନ୍ତି ଫାର୍ମ

ସମାଜ ପାଇଁ ଉଦାହରଣ ଯୁବ ଇଞ୍ଜିନିୟର-ଉଦୟ, ୨୨ ଏକର ଜମିରେ କରିଛନ୍ତି ଫାର୍ମ

63

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜେ ରୋଜଗାରକ୍ଷମ ହେବା ସହିତ ପରିବାର ପ୍ରତିପୋଷଣ କରିବା ପାଇଁ ଶେଷରେ ବିଭିନ୍ନ ପ୍ରକାର ଚାଷରେ ସଫଳତା ଅର୍ଜନ କରି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଇଞ୍ଜିନିୟରିଂ ପରେ ଚାକିରୀକୁ ଅପେକ୍ଷା ନକରି ଦୃଢ ଇଚ୍ଛାଶକ୍ତି ବଳରେ ରୋଜଗାରକ୍ଷମ ହେବା ସହିତ କିଛି ଲୋକଙ୍କୁ ରୋଜଗାର ଦେଇ ପାରିଛନ୍ତି । ଏଥିରୁ ବାର୍ଷିକ ୧୨ ଲକ୍ଷ ଟଙ୍କା ଲାଭ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ଏପରି ଜଣେ ଉଦୀୟମାନ ଯୁବକ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଳକ ଅନ୍ତର୍ଗତ ସିଲନ୍ଦି ଗ୍ରାମର ୰ କାହ୍ନୁ ଚରଣ କରଙ୍କ ସାନ ପୁଅ ଉଦୟ ନାଥ । ୧୯୯୫ରେ ଡିପ୍ଲୋମା ମେକାନିକାଲରେ ଇଞ୍ଜିନିୟରିଂ ଶେଷ ପର୍ରେ ଧାନ ଚାଷ ଓ ପରେ ବ୍ୟବସାୟ ଆରମ୍ଭ କରିଥିଲେ । ବ୍ୟବସାୟରେ ଆତ୍ମ ସନ୍ତୋଷ ନମିଳିବାରୁ ଶେଷରେ ପୁଣି ଥରେ ଚାଷ ପ୍ରତି ତାଙ୍କର ଆଗ୍ରହ ବଢିଲା । ସରକାରୀ ସ୍ତରେରେ କୌଣସି ପ୍ରୋତ୍ସାହନ ନନେଇ ମଧ୍ୟ୨୨ ଏକର ଫାର୍ମରେ ବିଭିନ୍ନ ପ୍ରକାର ଚାଷ ହାତକୁ ନେଇଛନ୍ତି । ଶିକ୍ଷିତ ଯୁବକ ମାନେ ଚାଷ ଉପରୁ ମୁହଁ ଫେରାଇ ନେଉଥିବା ବେଳେ ଉଦୟ ଯୁବ ପିଢୀଙ୍କ ପାଇଁ ଉଦାହରଣ ସାଜିଛନ୍ତିି । ମାଛ ଚାଷ, ପଲୁଟାରୀ ଫାର୍ମ, ଛେଳି ଫାର୍ମ, ଗୋ-ପାଳନ, ଠେକୁଆ ପାଳନ,ହଂସ ବତକ, ମୁକ୍ତା ଚାଷ, ବିଭିନ୍ନ କିସମର ଘାସ ଚାଷ, କୁକୁର ପାଳନ ଓ ପ୍ରଜନନ, କାଶ୍ମୀରି ସେଓ ମଧ୍ୟ ଚାଷ କରିଛନ୍ତି । ୨୦୧୭ରେ କେନ୍ଦ୍ରିୟ କମିଶନର ତାଙ୍କ ଫାର୍ମକୁ ପରିଦର୍ଶନରେ ଆସି ସେଓ ଚାଷ ଦେଖି ଉଦୟଙ୍କୁ ପ୍ରଶଂସା କରିଥିଲେ । ଏବେ ଧଳା ଘୁଷୁରୀ ପାଳନ ନୂଆ କରି ଆରମ୍ଭ କରିଛନ୍ତି । ରାଜସ୍ଥାନ ଗୁରୁଦାସପୁରରୁ ୨୦ ଟି ଧଳା ଘୁଷୁରୀ ଆଣି ପ୍ରଜନନ କରାଇଛନ୍ତି । ଆଉ ୩୦ ଘୁଷୁରୀ ରଖିବାକୁ ଏବେ ଘର ପ୍ରସ୍ତୁତି ଚାଲିଛି । ଏହା ସବୁ ଠାରୁ ଲାଭଦାୟକ ହେବ ବୋଲି ସେ ଆଶା ବାନ୍ଧିଛନ୍ତି । ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆସନ୍ତା ଅପ୍ରେଲ ୨୦ ରୁ ୨୩ ପର୍ଯ୍ୟନ୍ତ ୪ ଦିନିଆ ଧଳା ଘୁଷୁରୀ ପାଳନ ଉପରେ ପ୍ରଶିକ୍ଷଣ ଶିବିର ତାଙ୍କ ଫାର୍ମରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ବସନ୍ତିଆ ପ୍ରାଣୀ ନୀରିକ୍ଷକ କୃଷ୍ଣଚନ୍ଦ୍ର ଲେଙ୍କା ନିୟମିତ ଫାର୍ମକୁ ଯାଇ ଛେଳି କୁକୁଡା, ଗାଈ, ଘୁଷୁରୀ, କୁକୁର, ଠେକୁଆଙ୍କ ଚିକିତ୍ସା କରାଇବା ସହ ତାଙ୍କୁ ସବୁବେଳେ ସହଯୋଗ କରୁଥିବା ଉଦୟ କହିଛନ୍ତି । ଏନେଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିର୍ମଳ କୁମାର ବାରିକ କହିଛନ୍ତି ଏବେ ତାଙ୍କୁ ଦେଢ ଏକର ଜମିରେ ଘାସ ଚାଷ ପାଇଁ ରାଜ୍ୟ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ତାଙ୍କ ଫାର୍ମରେ ଉନ୍ନତି ପାଇଁ ଯେଉଁ ସବୁ ସରକାରୀ ଯୋଜନା ରହିଛି ସବୁଥିରେ ତାଙ୍କୁ ସହଯୋଗ କରାଯିବ । ସ୍ଥାନୀୟ ପ୍ରାଣୀ ନୀରିକ୍ଷକଙ୍କୁ ସବୁ ବେଳେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.