Home ଓଡ଼ିଶା କୃଷିମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ ଚିତ୍ରକୋଣ୍ଡା ଫଳ ଉଦ୍ୟାନ ନବିକରଣ,ମତ୍ସ୍ୟଚାଷପ୍ରତି...

କୃଷିମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ ଚିତ୍ରକୋଣ୍ଡା ଫଳ ଉଦ୍ୟାନ ନବିକରଣ,ମତ୍ସ୍ୟଚାଷପ୍ରତି ଗୁରୁତ୍ୱ

242

ମାଲକାନଗିରି,୨୫ା୬ (ଓଡିଆ ପୁଅ ) ଆଜି ସକାଳେ ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ,ଓଡିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ଏସ.କେ. ବଶିଷ୍ଠ ଓ କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଏମଭି୩ ବିଏସଏଫ କ୍ୟାମ୍ପ ହେଲିପ୍ୟାଡରେ ଅବତରଣ କରି ଜିଲ୍ଲାଗ୍ରାମଉନ୍ନୟନ ସମ୍ମିଳନୀ ଗୃହରେ ଆୟୋଜିତ ଉନ୍ନୟନ ସମୀକ୍ଷା ବୈଠକରେ ଯୋଗଦେଇ କୃଷୀ ,ମତ୍ସ୍ୟଚାଷ,ଉଦ୍ୟାନ ବିଭାଗ ପ୍ରତି ଗୁରତ୍ୱ ଦେଇଛନ୍ତି । ଜିଲ୍ଲାରେ କୃଷି ନିମନ୍ତେ ବିହନ ,ସାର ଅଧିକ ପରିମାଣର ମହଜୁଦ ରହିବାସହ ଚାଷୀ ଯେପରି ଅଧିକ ଅମଳ କ୍ଷମ ଫସଲ ଚାଷ କରିବେ, ପ୍ରବାସୀ ଶ୍ରମିକ ମାନଙ୍କୁ ମନରେଗା ଯୋଜନାରେ ସାମିଲ କରିବା,ଚିନାବାଦମ ଚାଷ ଓ ସ୍ୱାଭିମାନ ଅଚଂଳରେ ହଳଦୀ, ଅଦା,ମାଣ୍ଡିଆ ଚାଷ ସହିତ ଅନ୍ୟାନ ଚାଷର କିପରି ଉନ୍ନତି ହେବ ଓ ଚାଷୀମାନେ ସେମନଙ୍କ କଷ୍ଠଉପାର୍ଜିତ ଫସଲର ଯେପରି ଉଚିତ ମୂଲ୍ୟପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ବିଶେଷ କରି ଚିତ୍ରକୋଣ୍ଡା ବ୍ଲକ ଆନ୍ଦ୍ରସୀମାନ୍ତ ରାଜଲକୋଣ୍ଡା ଠାରେ ଥିବା ୫୦ ଏକର ବିଶିଷ୍ଠ ଫଳ ଉଦ୍ୟାନ ର ନବୀକରଣ କରାଯିବା ସହତ ଜିଲ୍ଲାରେ ମତ୍ସ୍ୟ ଚାଷ, ମୋପୋଖରୀ ଯୋଜନାପ୍ରତି ଅଧିକ ଗୁରୁତ୍ୱ ଦେଇ ଏହାକୁ କାର୍ଯ୍ୟାକାରି କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଚଳିତ ଖରିପ ରୁତୁରେ ଚାଷ ଉପଯୋଗୀ ଜମିର ପରିମାଣ ମୋଟ ୧୪୩୧୧୦ହେକ୍ଟର , ଖରିଫ ଚାଷରେ କେବଳ ୮୩୦୦.୦୦ କ୍ୱିଟାଂଲ ଧାନ ଅମଳ ହେବାର ଲକ୍ଷ ଧାର୍ଯ୍ୟ କରାଯାଇଛି ।ମାଲାକନଗିରି ଜିଲ୍ଲାରେ ଚଳିତ ଖରିପ ଚାଷ ରେ ଧାନ ୭୮୦୨୫ହେକ୍ଟର,ମକା ୯୪୫୦ହେକ୍ଟର,ବାଜରା,ଚଣା,ମାଣ୍ଡିଆ ୯୫୨୪ହେକ୍ଟର, ତୈଳଜାତୀୟ ଫସଲ ବାଦାମ,ଅଳଶି,ରାଶି.ଶୋରିଷ ୧୮୦୩୮ହେକ୍ଟର,ମେସ୍ତା ୧୩୩ହେକ୍ଟର,,ମଶଲାଜାତୀୟ ୨୨୧୯ହେକ୍ଟର, ଡାଲିଜାତୀୟ ଫସଲ ମୁଗ,ବିରି ,କୋଳଥ ୧୦୨୫୨ ହେକ୍ଟର,ପନିପରିବା ୧୫୪୫୨ହେକ୍ଟର, ଆଖୁ୧୭ହେକ୍ଟ ଜମିରେ ଛାଷ ହେବାପାଇଁ ନିସ୍ପତି ନିଆଯାଇ ଥିବାର ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଚନା ଦେଇଥିଲେ । ଜିଲ୍ଲାରେ ଜଳନିଧୀ,ସୌରଜଳନିଧୀ,ଯୋଜନାରେ ଚାଷୀମାନଙ୍କୁ ସାମିଲ କରାଯାଇଛି,୪ଟି କ୍ଲଷ୍ଠର,୨୭ଟି ମାଇକ୍ରୋ ଜଳଛାୟା ପ୍ରକଳ୍ପ,୯ଟି ଚେକଡ୍ୟାମ,୩୮୭ଟି ଫାରମ ଫଣ୍ଡ,୨୫ଟି ପୁନ୍ନରୁ ଉଦ୍ଧାର କରାଯାଇଛି,ଉଦ୍ୟାନ ବିଭାଗ ପକ୍ଷରୁ ଜିଲ୍ଲାରେ ୫୨୫ଟି ଆମ୍ବ କଲମି ବଗୀଚା,୧୫୦୦ଟି କାଜୁ କଲମି ବଗିଚା,୨୦୦ଟି ଲେମ୍ବୁବଗୀଚା ସହ ୧୬ହେକ୍ଟର ଜମରି ଆଳୁଚାଷ କରାଯାଇଥିବାର ବିଭାଗୀୟ ଅଧିକାରୀ ମାନେ ସୁଚନା ଦେଇଛନ୍ତି ।ମନ୍ତ୍ରୀଙ୍କ ସହିତ ମାଲାକନଗିରି ବିଧାୟକ ଆଦିତ୍ୟମାଢି,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ, ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡ.ଅରୁଣକୁମାର ପାଢୀ,ମୁଖ୍ୟ ଜିଲ୍ଲାକୃଷି ଅଧିକାରୀ ରାମଚନ୍ଦ୍ର ପଟନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ,ମତ୍ସବିଭାଗ ଉପନିର୍ଦ୍ଦେଶକ, ବିଡିଓ,ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ଶଷ ରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.