Home ଗଞ୍ଜାମ ସଂକଟରେ କ୍ୟାନ୍ସର ରୋଗୀଙ୍କ ପରିବାର, ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ସରକାରଙ୍କୁ ନିବେଦନ।

ସଂକଟରେ କ୍ୟାନ୍ସର ରୋଗୀଙ୍କ ପରିବାର, ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ସରକାରଙ୍କୁ ନିବେଦନ।

152

କୋଦଳା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ଅସହାୟ ଅବସ୍ଥାରେ କ୍ୟାନସରର ପୀଡିତ, ଦୁର୍ଦିନ ମଧ୍ୟରେ ଦିନ କାଟୁଛନ୍ତି ପୁରା ପରିବାର ଲୋକେ। ଏଭଳି ଏକ ଘଟଣା ନଜରକୁ ଆସିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତରୁ।ମର୍ଦକୋଟ ପଞ୍ଚାୟତର କଣ୍ଟାପଡା ଗ୍ରାମର ଭିକାରି ତାରିଣୀ, ବୟଷ ୩୭ ବର୍ଷ।ବାପା ଦୁଃଖା ତାରିଣୀଙ୍କ ମୃତ୍ୟୁ ଘଟିଛି। ଘରେ ବିଧବା ମା, ଅବିବାହିତ ବୟସ୍କ ଭଉଣୀ ଓ ସ୍ତ୍ରୀଙ୍କୁ ନେଇ ଭିକାରୀଙ୍କ ପରିବାର। ପରିବାରର ଏକମାତ୍ର ବ୍ୟକ୍ତି ଭାବେ ରୋଜଗାର କରି ପ୍ରତିପୋଷଣ କରୁଥିବା ତାରିଣୀଙ୍କ ମୁଣ୍ଡରେ ହଠାତ୍ ଚଡକ ପଡିଥିଲା। ଗୁଜୁରାଟର ସୁରତରେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତ ଫେବୃଆରୀରେ ସେ କ୍ୟାନସରରରେ ପିଡୀତ ଥିବା ଜାଣିବାକୁ ପାଇଥିଲେ। ଜିଭରେ ଏକ ଛୋଟ ଘା’ ସୃଷ୍ଟି ହେବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରି ଅପରେସନ କରିଥିଲେ। କିନ୍ତୁ ଏହାର ଅଳ୍ପ କିଛିଦିନ ପରେ ତାଙ୍କ ବେକ ଏବଂ ଥୋଡୀ ପାଖରେ ଦୁଇଟି ଛୋଟ ଆବୁ ସୃଷ୍ଟି ହୋଇଥିଲା। ଯାହାକୁ ଦେଖି ସେ ବିଚଳିତ ହୋଇ ଗତ ମାର୍ଚ୍ଚ ମାସରେ ଗ୍ରାମକୁ ଫେରି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କର୍କଟ ବିଭାଗରେ ଚିକିତ୍ସା କରାଇଥିଲେ। ତେବେ ସେଠାରେ ଉତ୍ତମ ଚିକିତ୍ସା ନ ପାଇ ନିରାଶ ହୋଇ ଫେରି ପୁଣି ଭୁବନେଶ୍ୱର ସ୍ଥିତ ପଣ୍ଡା କେର ଏଣ୍ଡ କେନସର ପ୍ରାଇଭେଟ କ୍ଲିନିକରେ ବର୍ତ୍ତମାନ ଚିକିତ୍ସିତ ହୋଇଆସୁଛନ୍ତି। ତେବେ ତାଙ୍କ ରୋଗ କମିବାର ନା ନେଉନି ବରଂ ବଢ଼ିବାରେ ଲାଗିଛି। ଏହି ରୋଗର ଉତ୍ତମ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାବେଳେ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ କି ନିଜର କୌଣସି ସମ୍ବଳ ନାହିଁ। ଯାହା ଫଳରେ କି କ୍ୟାନସରର ପୀଡିତ ଭିକାରୀ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସରକାରୀ ସହାୟତା ଯଦି ମିଳନ୍ତା ତେବେ ସେ ଉତ୍ତମ ଚିକିତ୍ସା ସୁବିଧା ପାଇ ବଞ୍ଚିବେ ବୋଲି ଆଶା ବାନ୍ଧିଥିବା ଆମ ପ୍ରତିନିଧିଙ୍କୁ କୋହଭରା କଣ୍ଠରେ ପ୍ରତିକ୍ରିୟା ଦେଇଛନ୍ତି। ପରିବାରର ଅନ୍ୟ ସଦସ୍ୟାମାନେ ମଧ୍ୟ ଭିକାରୀଙ୍କ ଏଭଳି ରୋଗକୁ ନେଇ ଦିନକୁ ଦିନ ପ୍ରମାଦ ଗଣିବାରେ ଲାଗିଛନ୍ତି। ସରକାରୀ ସାହାଯ୍ଯ ନ ମିଳିଲେ ଏବଂ ତାରିଣୀ ରୋଗରୁ ମୁକ୍ତି ନ ପାଇଲେ ଉକ୍ତ ପରିବାରଟି ବେସାହାରା ପାଲଟିଯିବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି।ସୂଚନାଯୋଗ୍ୟ ଗତ ଚାରିପାଞ୍ଚ ବର୍ଷତଳେ ସୁରଟର ଏକ ସୂତାକଳରେ କାମକରୁଥିବା ବେଳେ ଭିକାରୀଙ୍କ ଡାହାଣ ଆଖିରେ ସୂତା ମେସିନ୍ ର ଏକ ଯନ୍ତ୍ରାଂଶ ହଠାତ୍ ବାଜିବା ଫଳରେ ଆଖି ନଷ୍ଟ ହୋଇଯାଇଥିଲା। ଯାହାକୁ ଅପରେସନ କରି ଏକ ଆଖି ଲଗାଇଥିଲେ ମଧ୍ୟ କ୍ରମଶଃ ତାଙ୍କ ଦୃଷ୍ଟିଶକ୍ତି କମିବାରେ ଲାଗିଛି। ଏବେ ପୁଣି କ୍ୟାନସରର ଭଳି ଏକ ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ଭଗବାନଙ୍କୁ ଡାକୁଛନ୍ତି ପୁରା ପରିବାର। ତେବେ ଏହି ଘଟଣା ପ୍ରତି ପ୍ରଶାସନ ଓ ଜନପ୍ରତିନିଧି ତୁରନ୍ତ ଦୃଷ୍ଟି ଦେଇ ଉତ୍ତମ ଚିକିତ୍ସା ପାଇଁ ସରକାରଙ୍କ ପାଖରେ ନିବେଦନ କଲେ ପରିବାରଟି ଥଇଥାନ ହୋଇ ପାରିବା ସହ ଭିକାରୀଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.