Home ଜିଲ୍ଲା ପରିକ୍ରମା ସମାଜସେବୀ ଘନଶ୍ୟାମ ବେଜ୍‌ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ସମାଜସେବୀ ଘନଶ୍ୟାମ ବେଜ୍‌ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

109

ବାଲେଶ୍ୱର, ୬-୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ଅନ୍ୟତମ ସମାଜସେବୀ ସ୍ୱର୍ଗତ ଘନଶ୍ୟାମ ବେଜ୍‌ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସହଦେବଖୁଣ୍ଟାସ୍ଥିତ ବସଭବନରେ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି। ଘନଶ୍ୟାମ ବେଜ ସ୍ମୃତି କମିଟିର ସଭାପତି ମଧୁସୂଦନ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱର୍ଗତ ବେଜଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଇଂଜିନିୟର ହୃଷୀକେଶ ସାହୁ, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ସ୍ୱର୍ଗତ ବେଜ୍‌ଙ୍କ ଯାମାତା ଇଂଜିନିୟର କୁମାର କାର୍ତ୍ତିକ, ସମାଜସେବୀ ଅରୁଣ ଜେନା, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମେଲତା ଦାସ, ସରସ୍ୱତୀ ପଣ୍ଡା, ଶ୍ରଦ୍ଧାଞ୍ଜଳି ରାୟ, ସୁଶାନ୍ତ ପଣ୍ଡା, ଜୟନ୍ତ କୁମାର ପଣ୍ଡା, ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ବେଜଙ୍କ ଜୀବନାଦର୍ଶ ଓ ସ୍ଥାନୀୟ ଅଞ୍ଚଳ ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସମାଜ ସେବା ସାଙ୍ଗକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସକ୍ରିୟ କର୍ମୀ ଭାବେ ସହଦେବଖୁଣ୍ଟା ଅଞ୍ଚଳ ବହୁ ଅନୁଷ୍ଠାନ ସ୍ଥାପନରେ ସେ ବିଶେଷ ସହଯୋଗ କରିଥିଲେ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ସ୍ୱର୍ଗତ ବେଜ୍‌ଙ୍କ ଜୀବନାଦର୍ଶ ତଥ୍ୟ ସମ୍ବଳିତ ଏକ ସ୍ମରଣିକାକୁ ଅତିଥି-ବକ୍ତାମାନେ ଉନ୍ମୋଚନ କରିଥିଲେ। ଏଥି ସହିତ ଏହି ଅଞ୍ଚଳର ଏକ ରାସ୍ତାକୁ ଘନଶ୍ୟାମ ବେଜ୍ ମାର୍ଗରେ ନାମିତ ସହ ଫଳକ ଉଦ୍‌ଘାଟନ କରାଯାଇଥିଲା। ଏହା ବ୍ୟତୀତ ପ୍ରଥମ ଶ୍ରାଦ୍ଧବାର୍ଷିକକୁ ଅଧିକ ସ୍ମରଣୀୟ କରିବା ପାଇଁ ସହଦେବଖୁଣ୍ଟା ଦୁର୍ଗାମଣ୍ଡପଠାରୁ ବାଳାଶ୍ରମ ପର୍ଯ୍ୟନ୍ତ ରାସ୍ତାର ଡିଭାଇଡରରେ ଫୁଲଚାରା ରୋପଣ ସହ ଉତ୍ସବରେ ଯୋଗଦେଇଥିବା ବ୍ୟକ୍ତିଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱର୍ଗତ ବେଜଙ୍କ ଜ୍ୟେଷ୍ଠପୁତ୍ର ପ୍ରଶାନ୍ତ ବେଜ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଜୟ କୁମାର ବେଜ୍‌, ତୁଳସୀ ବେଜ, ସୁଶାନ୍ତ ବେଜ, କିରଣ ସାହୁ, ଜୟଶ୍ରୀ ସାହୁ, ଜୟସ୍ମିତା ବାରିକ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଏହି ଶ୍ରଦ୍ଧବାର୍ଷିକ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.