Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ବାଲେଶ୍ୱରରେ ଶ୍ରୀରାମ ଉତ୍ସବ

ବିଜେପି ପକ୍ଷରୁ ବାଲେଶ୍ୱରରେ ଶ୍ରୀରାମ ଉତ୍ସବ

62

ବାଲେଶ୍ୱର, ୬-୮(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘବର୍ଷର ଉଦ୍ୟମ ଓ ସାଧନାର ଫଳ ସ୍ୱରୂପ ବୁଧବାରଦିନ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଦେଇଥିବା ବେଳେ ଏହାକୁ ନେଇ ସମଗ୍ର ଦେଶରେ ଉତ୍ସବ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ମଧ୍ୟ ଉତ୍ସବ ମୁଖର ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଶହୀଦ ପାର୍କଠାରେ ଏକତ୍ରିତ ହୋଇ ଦୀପଦାନ ସହିତ ଜନସାଧାରଣଙ୍କୁ ମିଷ୍ଟାନ୍ନ ବାଣ୍ଟିଥିଲେ। ଅନୁରୂପ ଭାବେ ବିଜେପି ସଦର ଶାଖା ପକ୍ଷରୁ ଦିବଂଗତ ବିଧାୟକଙ୍କ ପୁତ୍ର ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଜିଲ୍ଳାସ୍କୁଲ ରୋଡ଼୍‌ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ନାନାବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଅଖଣ୍ଡ ଦୀପ ପ୍ରଜ୍ୱଳନ ସାଙ୍ଗକୁ ରାମଧ୍ୱନିରେ ବିଜେପି ସଦର କାର୍ଯ୍ୟାଳୟ ବେଶ୍ ମୁଖରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା। ସକାଳନ ୯ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ୧୯୯୦ ଓ ୧୯୯୨ ମସିହାର ରାମମନ୍ଦିର ଆନ୍ଦୋଳନରେ ସାମିଲ ହୋଇଥିବା ଜୀବନ ପାତ୍ର, ଲୋକନାଥ ପିରି, ବୁଲୁ ରାୟ ପ୍ରମୁଖ କରସେବକଙ୍କୁ ସମର୍ଦ୍ଧିତ କରାଯାଇଥିଲା। କରସେବକ ଭାବେ ଦିବଂଗତ ବାଲେଶ୍ୱର ସଦର ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ଉଦ୍ଦେଶ୍ୟରେ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ସୁଷମାରାଣୀ ବିଶ୍ୱାଳ, ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ବୈଲୋଚନ ଦାଶ, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ ପ୍ରମୁଖ କର ସେବକମାନଙ୍କୁ ପୁଷ୍ପମାଳା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ପ୍ରସାଦ ଭାବେ ରାମ ଖେଚୁଡ଼ି ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.