Home ଓଡ଼ିଶା ଆର୍ଥିକ ସଙ୍କଟରେ ମାଟି ମୁର୍ତ୍ତି କାରିଗର

ଆର୍ଥିକ ସଙ୍କଟରେ ମାଟି ମୁର୍ତ୍ତି କାରିଗର

101

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୮-ସାରା ରାଜ୍ୟରେ କୋଭିଡ୍ କଟକଣା ଯୋଗୁଁ ସାମୁହିକ ପୂଜା ପାର୍ବଣ ବନ୍ଦ ହୋଇଯାଇଛି । ରଣପୁର ଅଂଚଳର ରଣପୁର, ଚାନ୍ଦପୁର, ଗୋପାଳପୁର, ରାଜ-ସୁନାଖଳା ଓ ଦର୍ପନାରାୟଣପୁର ଅଂଚଳରେ ଅନେକ ମାଟିମୁର୍ତ୍ତି କାରିଗର ରହିଛନ୍ତି । ସେମାନେ ଏହି ପୂଜା ପାର୍ବଣ ତିଥିରେ ମାଟିରେ ମୁର୍ତ୍ତି ଜୀବିକାକୁ ଆଧାର କରି ଜୀବନ ବଂଚାଇଥାନ୍ତି । ମୁଣ୍ଡ ଉପରେ ଗଣେଷ ପୂଜା ଓ ଭାଲୁକୁଣୀ ପୂଜା ରହିଅଛି । ମାଟିମୁର୍ତ୍ତି କାରିଗରମାନେ ମୁର୍ତ୍ତି ନିର୍ମାଣ କରି ବିକ୍ରି ପାଇଁ ଚାହିଁ ରହିଛନ୍ତି ।

ପୂଜା ପାର୍ବଣରେ କଟକଣା ଲାଗିବା ଯୋଗୁଁ କେହି ଗ୍ରାହକ ମୁର୍ତ୍ତି କିଣିବାକୁ ଆସୁନାହାନ୍ତି । ମାଟିମୁର୍ତ୍ତି କାରିଗରମାନେ ଏହି ପାର୍ବଣ ସମୟରେ ମୁର୍ତ୍ତି ନିର୍ମାଣ କରି ଭଲ ଦୁଇ ପଇସା ରୋଜଗାର କରି ପରିବାର ଚଳାଇଥାନ୍ତି । କେହି ଗ୍ରାହକ ମୁର୍ତ୍ତି କିଣିବା ପ୍ରତି ଆଗ୍ରହ ପ୍ରକାଶ ନ କରିବା ଯୋଗୁଁ ଜୀବନ ଜୀବିକା ଦୋ ଛକିରେ ମାଟିମୁର୍ତ୍ତି କାରିଗର । ସରକାରୀ ସହାୟତା ପାଇଁ ଆଶା ବାନ୍ଧି ବସିଛନ୍ତି ମାଟିମୁର୍ତ୍ତି କାରିଗର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.