Home ଜିଲ୍ଲା ପରିକ୍ରମା ପଞ୍ଚାୟତରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ  ତଦନ୍ତ କଲେ ଡିପିଓ

ପଞ୍ଚାୟତରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ  ତଦନ୍ତ କଲେ ଡିପିଓ

395

ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଳକ ଗୋଳେଇପୁର ଗ୍ରାମ ପଞ୍ଚାୟତରେ ମାସିକ ବୈଠକ ନହେବା ଓ ମନୋମୁଖି ଭାବେ ସରପଞ୍ଚ ଓ ପିଇଓ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ କରି କାମ କରିବାକୁ ନେଇ କାର‌୍ୟ୍ୟାନୁଷ୍ଠାନ ଦାବିରେ ଜିଲ୍ପାପାଳଙ୍କ ନିକଟରେ ସମିତିସଭ୍ୟା ଭାନୁପ୍ରଭା କରଣଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ/ସଭ୍ୟା ମାନେ ଦାବି ପତ୍ର ପ୍ରଦାନ କରିଥିଲେ । ପୁର୍ବରୁ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କୁ ସରପଞ୍ଚ ଓ ପିଇଓ ତୁମେ ଦସ୍ତଖତ କଲେ ବା ନକଲେ ଆମ୍ଭେ କାମ କରିବୁ ବୋଲି ବୈଠକରେ କହିଥିଲେ ।

 

ଏନେଇ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । କିନ୍ତୁ ପରବର୍ତି ଅବସ୍ଥାରେ ଏହାର ତଦନ୍ତ କରାନଯାଇ ପଞ୍ଚାୟତର କାର୍ଯ୍ୟ ନିମନ୍ତେ ୪ର୍ଥ ଓ ଚର୍ତୁଦଶ ଅର୍ଥ କମିଶନଙ୍କ ଅର୍ଥରେ ୨୨ଟି ଫାଇଲ ଖୋଲା ହେବା ନେଇ ବିଡିଓଙ୍କୁ ସୁପାରିଶ କରିଥିବା ଜାଣି ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହା ଫଳସୂରୁପ ଆଜି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବା ପରେ ଆଜି ଡିପିଓ ଅଶୋକ କୁମାର ସେଠୀ, ଜିପିଓ ପୂର୍ଣ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଗୋଳେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସରପଞ୍ଚ କାର୍ତିକ ଚନ୍ଦ୍ର ଦାସ ଓ ପିଇଓ ଅର୍ଜ୍ଜୁନ ବରାଳ ପହଂଚିଥିଲେ । କାଗଜାଦି ଯାଂଚ ବେଳେ ତୃଟି ଥିବା ଦେଖି ଡିପିଓ ଶ୍ରୀ ସେଠୀ ବିରକ୍ତି ପ୍ରକାଶ କରିଥିଲେ । ପୁନଃ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ଡାକି ବୈଠକ କରି ନିଷ୍ପତି ନେବାକୁ କହିଥିଲେ । ଏହି ସମୟରେ ସରପଞ୍ଚଙ୍କ ସମର୍ଥକ ମାନେ ପହଂଚି କାମ ହେବ ବୋଲି ହୋ ହାଲ୍ଲା କରିବାରୁ ଡିପିଓ ପଞ୍ଚାୟତ କାର୍ଯ୍ୟାଳୟ ଛାଡି ପଳାଇଥିଲେ । ସମିତିସଭ୍ୟା ଭାନୁପ୍ରଭା କରଣ ପଞ୍ଚାୟତ କାର୍ଯ୍ୟାଳୟରେ ବସିବାକୁ ଯାଗା ନାହିଁ ବୋଲି ସରପଂଚ ମନାକରିବା ନେଇ ଅଭିଯୋଗହେବାରୁ ଡିପିଓ ପିଓଙ୍କୁ ପ୍ରଶ୍ନ କରିବାରୁ ପିଇଓ ଚୁପ ରହିଥିଲେ । ୩ ନମ୍ବର ଧ୍ୱାର୍ଡ ସଭ୍ୟା ପ୍ୟାରିବିବି ତାଙ୍କ ମାଦ୍ରାସା ରାସ୍ତା କାମ ନହୋଇ ବିଲ ହୋଇଥିବା ଅଭିଯୋଗ ଆଣିଥିଲେ । ନାଏବ ସରପଞ୍ଚ ସଂଯୁକ୍ତା ପାତ୍ର, ୱାର୍ଡ ସଭ୍ୟ ରମେଶ ନାୟକ, ଚିତରଂଜନ ଦାସ, ଦିବାକର ସାହୁ, ଗଙ୍ଗାଧର ପଣ୍ଡା, ସତ୍ୟଭାମା ପାଢୀ, ନାରାୟଣ ରାଉତ, ସମଜତ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.