Home ଜିଲ୍ଲା ପରିକ୍ରମା ସମାଜସେବୀ ଇକ୍‌ବାଲ ଖାଁ ଥିଲେ ଭାଇଚାରାର ଅନ୍ୟତମ ବାର୍ତ୍ତାବହ

ସମାଜସେବୀ ଇକ୍‌ବାଲ ଖାଁ ଥିଲେ ଭାଇଚାରାର ଅନ୍ୟତମ ବାର୍ତ୍ତାବହ

20

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜସେବୀ ଇକ୍‌ବାଲ ଖାଁଙ୍କ ବିୟୋଗରେ ରୋଭର୍ସ କ୍ଲବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଭଦ୍ରକ ପୁରୁଣାବଜାର ଠାରେ ଅନୁଷ୍ଠିତ ହୋଇଥିଲା। କବି ମୁସ୍ତାକ ଗହ୍ୱରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଭଦ୍ରକ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ସମାଜସେବୀ ସୁଧାକର ରାଉତ, ମୁଖ୍ୟଅତିଥି ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଡ. ଅଶୋକ ମହାପାତ୍ର, ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ପରିଚାଳକ ହୃଷିକେଶ ମହାନ୍ତି, ପୂର୍ବତନ କାଉନସିଲର ବସୁମିତ୍ରା ସାହୁ, ରୋଭର୍ସ କ୍ଲବର ସମ୍ପାଦକ ହରିପ୍ରସାଦ ନନ୍ଦୀ, ହାଜି ଅନ୍‌ୱର ହୁସେନ, ଲକ୍ଷ୍ମୀଧର ବାରିକ, ରୋଭର୍ସ କ୍ଲବର ସଭାପତି ଅବଦୁଲ କାସିମ, ସେଖ ଅହମ୍ମଦ, ଅବଦୁଲ ମୁକିତ୍‌, କିରଣ ଗୁଇଁ, ସବର ହାଜି, ସେଖ ନିଜାମୁଦ୍ଦିନ, ଇଂ ମନୱର ହୁସେନ, ସେଖ ହିଜିବୁର, ଇକ୍‌ବାଲ ଖାଁଙ୍କ ଭ୍ରାତା ଶେର୍‌ଖାନ୍ ମଇବୁବ, ନାତି ମୀର୍ଜା ଇଜାଜ, ସେକ୍ ଜୁଲଫୁକାର ପ୍ରମୁଖ ସ୍ମୃତିଚାରଣ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ଇକ୍‌ବାଲଙ୍କ ରାଜନୈତିକ ଓ ସାମାଜିକ ଜୀବନର ଅବତାରଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.