Home ଜିଲ୍ଲା ପରିକ୍ରମା ସମସ୍ୟା ବହୁଳ ଧାମନଗର ଆଦର୍ଶ ବିଦ୍ୟାଳୟ

ସମସ୍ୟା ବହୁଳ ଧାମନଗର ଆଦର୍ଶ ବିଦ୍ୟାଳୟ

25

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବିଭିନ୍ନ ସମୟରେ ଶିକ୍ଷା ବିଭାଗକୁ ଅଧିକ ଗୁରୁତ୍ୱ ଦେଇ ଶିକ୍ଷାର ଭିତ୍ତିଭୂମୀ ପାଇଁ ନୂତନ ଶ୍ରେଣୀଗୃହ ଓ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସାମଗ୍ରୀ ଯୋଗାଇ ଦେଉଥିବାବେଳେ ଶିକ୍ଷକ ଅଭାବ ଯୋଗୁ ଅନେକ ବିଦ୍ୟାଳୟରେ ଶିକ୍ଷାଦାନର ବାଧାପ୍ରାପ୍ତ ହେଉଛି । ଏହି ଅବସରରେ ସରକାର ଆଦର୍ଶ ବିଦ୍ୟାଳୟରେ ଆଦର୍ଶ ଶିକ୍ଷାଦାନ ପାଇଁ ବିଦ୍ୟାଳୟ ଖୋଲା ଯାଉଥିବାବେଳେ ସେଠାରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ତେବେ ନୂତନକରି ଖୋଲିଥିବା ଧାମନଗର ଆଦର୍ଶ ବିଦ୍ୟାଳୟରେ ଅନେକ ସମସ୍ୟା ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଚଳିତମାସ ୧୦ତାରିଖରେ ଧାମନଗର ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଏଥିରେ ବିଦ୍ୟାଳୟରେ ଆବଶ୍ୟକତା ଥିବା ୧୨ଜଣ ଶିକ୍ଷକଙ୍କ ମଧ୍ୟରୁ ୫ଜଣ ଥିବାରୁ ତୁରନ୍ତ ଶିକ୍ଷକ ପଦବୀ ପୁରଣ ପାଇଁ ଦାବି କରାଯାଇଥିଲା । ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅନୁଯାୟୀ ଚେୟାର ବେଂଚ ନଥିବାରୁ ତଳେ ବସି ପାଠ ପଢାଯାଉଥିବାରୁ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁନାହିଁ । ଏଣୁ ଆବଶ୍ୟକ ଚେୟାର ବେଂଚ ତିଆରି କରାଯିବାକୁ ଅଭିଭାବକ ମାନେ ଦାବି କରିଥିଲେ । ବିଦ୍ୟାଳୟରେ ହଷ୍ଟେଲ ନଥିବା ହେତୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଘୋର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏଥିସହ ବିଦ୍ୟାଳୟ ପରିସରରେ ଖେଳପଡ଼ିଆ ଓ ଖେଳ ଶିକ୍ଷକ ନଥିବା ହେତୁ ପିଲାମାନଙ୍କ ମଧ୍ୟରେ ଖେଳପ୍ରତି ରୁଚିଥିଲେ ମଧ୍ୟ ସେମାନଙ୍କ ଇଛା ପୂରଣ ହୋଇପାରୁନାହିଁ । ବିଦ୍ୟାଳୟରେ ଅନେକ ସମସ୍ୟା ଥିବାବେଳେ ବିଭାଗୀୟ ଅଧିକାରୀ କିମ୍ବା ସ୍କୁଲ କତୃପକ୍ଷ କୌଣସି ଦୃଷ୍ଟି ଦେଉନଥିବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା । ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ କରାନଯାଏ ଅଭିଭାବକଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.