Home ଓଡ଼ିଶା ବୈତରଣୀ ନଦୀରେ ବନ୍ୟା ଆଶଙ୍କା ପାଇଁ ପ୍ରଭାବିତ ଅଞ୍ଚଳ ବାସୀଙ୍କୁ ଜିଲ୍ଲାପାଳଙ୍କ ସତର୍କ ସୂଚନା

ବୈତରଣୀ ନଦୀରେ ବନ୍ୟା ଆଶଙ୍କା ପାଇଁ ପ୍ରଭାବିତ ଅଞ୍ଚଳ ବାସୀଙ୍କୁ ଜିଲ୍ଲାପାଳଙ୍କ ସତର୍କ ସୂଚନା

149

ଯାଜପୁର୨୬ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ପାଇଁ ବୈତରଣୀ ନଦୀରେ ଏକ ବଡ ଧରଣର ବନ୍ୟା ସୁଷ୍ଟି ହେବା ଆଶଙ୍କାକୁ ଦେଖି ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବା ସୂଚନା ଦେବା ପରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରଭାବିତ ତଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ଏହା ସହ ତୁରନ୍ତ ଆବଶ୍ୟକୀୟ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ହେଲେ କୋରେଇ, ଯାଜପୁର, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ବିଭିନ୍ନ ଅଂଚଳ ପ୍ରଭାବିତ ହେବ। ତେଣୁ ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲି ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ରହିବା ପାଇଁ ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ସ୍କୁଲଗଡ଼ିକୁ ଖୋଲା ରଖିବାକୁ ଜିଲ୍ଲାପାଳ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହ ଲୋକମାନେ ଯେପରି ସୁରକ୍ଷିତ ରହିପାରିବେ ସେ ନେଇ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ କୁହାଯାଇଛି। ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ଏହି ପ୍ରଭାବିତ ଅଞ୍ଚଳରେ ଥିବା ପ୍ରସୂତି, ଗର୍ଭବତୀ ଓ ଛୋଟ ପିଲାଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଜି ସଂଧ୍ୟା ସୁଦ୍ଧା ବନ୍ୟା ଜଳ ନଦୀରେ ପ୍ରବେଶ କରିବାର ସମ୍ଭାବନା ଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.