Home ଅପରାଧ ନଦୀରେ ବୁଡି ୨ ଜଣ ଯୁବକ ମୃତ୍ୟୁ

ନଦୀରେ ବୁଡି ୨ ଜଣ ଯୁବକ ମୃତ୍ୟୁ

62

କେନ୍ଦ୍ରାପଡା୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି କେନ୍ଦ୍ରାପଡା ଜିଲ୍ଲା ଚିତ୍ରପୋଳା ନଦୀରେ ଗାଧୋଇବାକୁ ଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପାଟକୁରା ମେଡିକାଲ ସୁତ୍ରରୁ ଜଣାପଡିଛି ।  ଆଜି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚିତ୍ରପୋଳା ନଦୀରେ ବନ୍ଧୁ ଘରକୁ ଆସିଥିବା ସରିଫ ଖାଁ ଓ ବସନ୍ ଖାଁ ଗାଧୋଇବାକୁ ଯାଇ ଫେରିବା ବିଳମ୍ବ ହେବାରୁ ବନ୍ଧୁ ଘର ଲୋକେ ଖୋଜା ଖୋଜି କରିଥିଲେ । ସେମାନଙ୍କ ସନ୍ଧାନ ନପାଇ ନଦୀରେ ବୁଡିଯାଇଥିବା ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର କରିଥିଲେ ।  ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଟକୁରା ମେଡ଼ିକାଲ ପଠାଇଥିଲେ । ଡ।।କ୍ତର ଦୁଇ ଜଣଙ୍କୁ ପରିକ୍ଷା କରି  ମୃତବରଣ କରିଥିବା ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.