Home ଜିଲ୍ଲା ପରିକ୍ରମା ସମବାୟ ସମିତି କର୍ମକର୍ତ୍ତାଙ୍କ ଜାଲିଆତି ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଦାବିରେ କଲ୍ୟାଣୀ ଚାଷୀଙ୍କ ଫେରାଦ

ସମବାୟ ସମିତି କର୍ମକର୍ତ୍ତାଙ୍କ ଜାଲିଆତି ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଦାବିରେ କଲ୍ୟାଣୀ ଚାଷୀଙ୍କ ଫେରାଦ

20

ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଚାଷୀଙ୍କଠାରୁ ଧାନ କିଣାରେ ବାହାନଗା ବ୍ଲକ କଲ୍ୟାଣୀ ସେବା ସମବାୟ ସମିତି ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜାଲିଆତିକୁ ନେଇ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ଚାଷୀ। ଡାଟା ଏଣ୍ଟ୍ରି ଅପରେଟରଙ୍କ ନାମରେ କୌଣସି ଜମି ନଥିବା ବେଳେ ସେ ଠାକୁରାଣୀଙ୍କ ଜମିକୁ ଅନଲାଇନରେ ଅନ୍ତର୍ଭୁକ୍ତ କରାଇ ୪୬୦ ନଂ ଟୋକେନ ହାସଲ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଲିଖିତ ଭାବେ ଡିଆରସିଏସଙ୍କୁ ଜଣାଇଥିବା ସେମାନେ କହିଛନ୍ତି। ଅନୁରୂପଭାବେ ସମ୍ପାଦକ ନିଜ ବାପା, ବଡବାପା ଓ ଦାଦାଙ୍କ ଜମିକୁ ଅନଲାଇନ ପଞ୍ଜୀକୃତ କରାଇ ୪ ଗୋଟି ଟୋକେନ ନେବା ସହ ୨ ଗୋଟି ଟୋକନରେ ୧୦୦ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିସାରିଲେଣି। ଅନ୍ୟପକ୍ଷରେ ଟୋକନ ପାଇଥିବା ପ୍ରକୃତ ଚାଷୀଙ୍କୁ ଟାର୍ଗେଟ ନଥିବା କହି ସେମାନଙ୍କ ଧାନ କିଣୁ ନଥିବା ସେମାନେ ଆରୋପ କରିଛନ୍ତି। ୧୫ ଦିନ ମଧ୍ୟରେ ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଚାଷୀମାନେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର୍ର ପ୍ରଦାନ ବେଳେ ଜୟନ୍ତ ମହାପାତ୍ର, ଅକ୍ଷୟ ମାହାପାତ୍ର, ଦିଗମ୍ବର ଜେନା, ବଂଶୀଧର ଜେନା, ରସାନନ୍ଦ ଦାସ, ସଞ୍ଜୟ କୁମାର ଦତ୍ତ, ସୁଧାକର ସେଠୀ, ଶରତ ବେହେରା, ରଞ୍ଜନ ମହାପାତ୍ର, ରଘୁନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.