Home ଜିଲ୍ଲା ପରିକ୍ରମା ପୂର୍ବତନ ସୈନିକ ସଂଘ କର୍ମକର୍ତ୍ତା ଚୟନ

ପୂର୍ବତନ ସୈନିକ ସଂଘ କର୍ମକର୍ତ୍ତା ଚୟନ

70

ବାଲେଶ୍ୱର, ୨୨ା୨(ଓଡ଼ିଆ ପୁଅ/ଅଭୟ ଦାସ) : ଭାରତୀୟ ପୂର୍ବତନ ସୈନିକ ସଂଘ ବାଲେଶ୍ୱର ଶାଖାରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବୈଦ୍ୟନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ଇଣ୍ଡିୟାନ ଭେଟେରାନ୍ ଅର୍ଗାନାଇଜେସନର ରାଜ୍ୟ ସଭାପତି ଅଶୋକ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସୈନିକ ସଂଘର ବ୍ଲକ୍‌ସ୍ତରୀୟ ଶାଖା ଯଥା ବାଲିଆପାଳ, ଜଳେଶ୍ୱର, ଭୋଗରାଇ, ନୀଳଗିରି ଶାଖା ସଭାପତି, ସଂପାଦକ ଓ ସଭ୍ୟମାନେ ଉପସ୍ଥିତ ଥିଲେ। ବର୍ତ୍ତମାନର ଉପସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂପାଦକ ସମସ୍ତଙ୍କୁ ସ୍ୱାଗତ ଜଣାଇ ସଂଘର ବିବରଣୀ ପାଠ କରିଥିଲେ। ଏହାପରେ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତା ସଭାପତି ଭାବେ ଅବସରପ୍ରାପ୍ତ କର୍ଣ୍ଣେଲ୍ କ୍ଷେତ୍ରମୋହନ ମହାପାତ୍ର, ଉପ-ସଭାପତି ଅନନ୍ତ ଚରଣ ଦାସ, ମାନସ କୁମାର ମହାପାତ୍ର, ସଂପାଦକ ଆନନ୍ଦ ଚନ୍ଦ୍ର ବରାଳ, ସହ ସଂପାଦକ ବିଜୟାନନ୍ଦ ଜେନା, ହେମନ୍ତ କୁମାର ଭୂୟାଁ, କୋଷାଧ୍ୟକ୍ଷ ଦୀନବନ୍ଧୁ ବେହେରା, ଅଭୟଲାଲ୍ ପାତ୍ର, ଲିଗାଲ୍ ଏଡ଼ଭାଇଜର୍‌୍ ଜୟନ୍ତ କୁମାର ସାହୁ ଏବଂ ମିଡିଆ କୋ-ଓଡ଼ିନେଟର କୁଞ୍ଜବିହାରୀ ବଳ, ଷ୍ଟାଲିନ ରାଉତଙ୍କୁ ଚୟନ କରାଯାଇଥିଲା। ସଭାପତି ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇ ସଂଘର ଭବିଷ୍ୟତ କାର୍ଯ୍ୟଧାରା ଏବଂ ସମସ୍ତ ପୂର୍ବତନ ସୈନିକମାନଙ୍କୁ ଏକତ୍ର କରି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.