Home ଜିଲ୍ଲା ପରିକ୍ରମା ସମବାୟ ବ୍ୟାଙ୍କ ମ୍ୟାନେଜର ବଦଳି ବାତିଲ ଦାବି; ୨ୟ ଦିନରେ ତାଲା ଓ ଧାରଣା

ସମବାୟ ବ୍ୟାଙ୍କ ମ୍ୟାନେଜର ବଦଳି ବାତିଲ ଦାବି; ୨ୟ ଦିନରେ ତାଲା ଓ ଧାରଣା

11

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ମ୍ୟାନେଜରଙ୍କ ବଦଳି ବାତିଲ ଦାବିରେ ବିଭିନ୍ନ ସମବାୟ ସମିତିର ସଭାପତି ଓ କର୍ମଚାରୀମାନେ ଶାଖା କାର୍ଯ୍ୟାଳୟରେ ତାଲା ପକାଇ ବୁଧବାର ଠାରୁ ଚଳାଇଥିବା ଧାରଣା ଗୁରୁବାର ଅବ୍ୟାହତ ରହିଛି । ୧୦ଟି ପ୍ରାକ୍ସ ସଭାପତି ଓ ସମ୍ପାଦକମାନେ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିରହିଥିଲେ । ଏହାଦ୍ୱାରା ବ୍ୟାଙ୍କ କାର୍ଯ୍ୟ ୨ ଦିନ ଧରି ଅଚଳ ହୋଇଯାଇଛି । ଏହି ସାମୁହିକ ବଦଳି ଯୋଗୁଁ ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ଶାଖାବ୍ୟାଙ୍କରେ ସମସ୍ୟା ଦେଖାଦେଇଛି । ଏହି ଶାଖାଗୁଡିକର ମ୍ୟାନେଜର ବଦଳି ବାତିଲ ପାଇଁ ଦାବି ହୋଇଆସୁଛି । ଚାନ୍ଦବାଲି ମ୍ୟାଜେନର ବନ୍ତ ଶାଖାରେ ଯୋଗଦେଉନଥିବାରୁ ବନ୍ତ ଶାଖା ମଧ୍ୟ ପ୍ରଭାବିତ ହୋଇଛି । କେନ୍ଦ୍ରବ୍ୟାଙ୍କ ସଭାପତି ଓ ସମ୍ପାଦକଙ୍କ ଆମନ୍ତ୍ରଣ କ୍ରମେ ଗୁରୁବାର ସନ୍ଧ୍ୟାରେ ଧାରଣାରତ ସଭାପତି ଓ ସମ୍ପାଦକଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା ପାଇଁ ବାଲେଶ୍ୱର ଯାଉଥିବା ଜଣାଯାଇଛି । ଆଲୋଚନାର ଫଳାଫଳ ଧାରଣାର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ପ୍ରତିନିଧିମଣ୍ଡଳୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.